ବଡ଼କେରା: ଅନୁଗୁଳର ବିଭିନ୍ନ ସ୍ଥାନରେ ସିନ୍ଥେଟିକ ପନିର ବା ନକଲି ପନିର ଏବେ ବହୁଳ ଭାବରେ ବିକ୍ରି ହେଉଛି। ଏହି ପନିରର ମୂଲ୍ୟ ଅନ୍ୟ ପନିର ଅପେକ୍ଷା ଶସ୍ତା ହୋଇଥିବାରୁ ଲୋକ ମାନେ କିଣି ନେଉଛନ୍ତି। ତେବେ ଏହି ପନିର ରାୟପୁରରୁ ପିକଅପ ଗାଡ଼ି ଯୋଗେ ଆସୁଥିବା ଦେଖିବାକୁ ମିଳିଛି। ଆଜି ସକାଳୁ ବଡ଼କେରା ଛକରେ ଏନଫୋର୍ସମେଣ୍ଟ ଟିମ୍ ଏକ ଗାଡ଼ି (ଓଡି ୦୨ ସିବି ୬୨୯୫)ରେ ଆସି ଚେକ୍ କରୁଥିଲେ। ସେହି ସମୟରେ ରାୟପୁରରୁ ଆସୁଥିବା ଏକ ପନିର ବୋଝଇ ଗାଡ଼ି (ସିଜି ୦୪ କ୍ୟୁ ଏଚ୍ ୯୪୭୭)କୁ ଅଟକାଇ ଯାଞ୍ଚ କରିଥିବା ବେଳେ ପରେ ଛାଡ଼ି ଦେଇଥିବା ଦେଖିବାକୁ ମିଳିଛି।
ସୂଚନା ମୁତାବକ, ଛତିଶଗଡ଼ ରାୟପୁରରେ ସିନ୍ଥେଟିକ ପନିର ପ୍ରସ୍ତୁତ ହୋଇ ଅନୁଗୁଳର ହଣ୍ଡପା, ବଇଣ୍ଡା, ଜରପଡା, ବଡ଼କେରା, ବନ୍ତଳା, ନଲୋକ, ବରପାଳା, ତାଳଚେର ସମେତ ସହରକୁ ଚାଲାଣ ହେଉଛି। ଏହି ପନିର ପ୍ରସ୍ତୁତି ବେଳେ ଡିଟରଜେଣ୍ଟ, ୟୁରିୟା ସାର, ସଲଫ୍ୟୁରିକ୍ ଏସିଡ୍, ଗି୍ଲସେରିନ୍, ମଇଦା ଓ ଅବ୍ୟବହୃତ ବାସି କ୍ଷୀର ମିଶୁଥିବା ଜଣାପଡିଛି। ବିଭିନ୍ନ ରାସାୟନିକ ଦ୍ରବ୍ୟ ମିଶାଇ ତିଆରି କରାଯାଉଥିବାରୁ ଏହା ଶରୀର ପାଇଁ ବେଶ କ୍ଷତିକାରକ। ଯାହା ଖାଇଲେ ସାଂଘାତିକ ରୋଗ ହେବାର ଆଶଙ୍କା ରହିଛି। ତେବେ ଏହି ପନିର ଏବେ ସବୁଠି ବିକ୍ରି ହେଉଥିବା ବେଳେ ଠକ ବ୍ୟବସାୟୀଙ୍କୁ ଜଗିବାକୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ।
ଛତିଶଗଡ଼ ରାୟପୁରରେ ସିନ୍ଥେଟିକ ପନିର ପ୍ରସ୍ତୁତ ହୋଇ ଅନୁଗୁଳର ହଣ୍ଡପା, ବଇଣ୍ଡା, ଜରପଡା, ବଡ଼କେରା, ବନ୍ତଳା, ନଲୋକ, ବରପାଳା, ତାଳଚେର ସମେତ ସହରକୁ ଚାଲାଣ ହେଉଛି। ଏହି ପନିର ପ୍ରସ୍ତୁତି ବେଳେ ଡିଟରଜେଣ୍ଟ, ୟୁରିୟା ସାର, ସଲଫ୍ୟୁରିକ୍ ଏସିଡ୍, ଗି୍ଲସେରିନ୍, ମଇଦା ଓ ଅବ୍ୟବହୃତ ବାସି କ୍ଷୀର ମିଶୁଥିବା ଜଣାପଡିଛି। ବିଭିନ୍ନ ରାସାୟନିକ ଦ୍ରବ୍ୟ ମିଶାଇ ତିଆରି କରାଯାଉଥିବାରୁ ଏହା ଶରୀର ପାଇଁ ବେଶ କ୍ଷତିକାରକ। ଯାହା ଖାଇଲେ ସାଂଘାତିକ ରୋଗ ହେବାର ଆଶଙ୍କା ରହିଛି। ତେବେ ଏହି ପନିର ଏବେ ସବୁଠି ବିକ୍ରି ହେଉଥିବା ବେଳେ ଠକ ବ୍ୟବସାୟୀଙ୍କୁ ଜଗିବାକୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ।ଅନ୍ୟ ପକ୍ଷରେ ଆଜି ସକାଳେ ରାୟପୁରରୁ ଅନୁଗୁଳ ଅଭିମୁଖେ ଆସୁଥିବା ଏକ ସିନ୍ଥେଟିକ ପନିର ଗାଡ଼ିକୁ ଏନଫୋର୍ସମେଣ୍ଟ ଟିମ୍ ଧରି ଯାଞ୍ଚ କରିଥିଲା। କିନ୍ତୁ ସେମାନଙ୍କ ମଧ୍ୟରେ ସଲାସୁତରା ହେବା ପରେ ଏହି ଟିମ ଗାଡ଼ିକୁ ଛାଡ଼ି ଦେଇଥିବା ଦେଖିବାକୁ ମିଳିଥିଲା।
ଅନ୍ୟ ପକ୍ଷରେ ଆଜି ସକାଳେ ରାୟପୁରରୁ ଅନୁଗୁଳ ଅଭିମୁଖେ ଆସୁଥିବା ଏକ ସିନ୍ଥେଟିକ ପନିର ଗାଡ଼ିକୁ ଏନଫୋର୍ସମେଣ୍ଟ ଟିମ୍ ଧରି ଯାଞ୍ଚ କରିଥିଲା। କିନ୍ତୁ ସେମାନଙ୍କ ମଧ୍ୟରେ ସଲାସୁତରା ହେବା ପରେ ଏହି ଟିମ ଗାଡ଼ିକୁ ଛାଡ଼ି ଦେଇଥିବା ଦେଖିବାକୁ ମିଳିଥିଲା। ଏନେଇ ବଡ଼କେରା ଛକରେ ଆଜି ଚର୍ଚ୍ଚା ଜୋର ଧରିଥିଲା। ତେବେ ଏସମ୍ପର୍କରେ ବିଭାଗୀୟ ଅଧିକାରୀ ଶିବାଶିଷ ସୂର୍ଯ୍ୟକାନ୍ତ ସାହୁ କହିଛନ୍ତି ଏ ବାବଦରେ ତଦନ୍ତ କରିବାକୁ କୁହାଯାଇଛି l