କଟକ: କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ବେଳେ ସାଂଘାତିକ ତ୍ରୁଟି ଅଭିଯୋଗ ଆସିଛି । ଅସ୍ତ୍ରୋପଚାର ପରେ ସାଂଘାତିକ ଯନ୍ତ୍ରଣା ଭୋଗୁଛନ୍ତି ମହିଳା । ମେଡିକାଲରୁ ଡିସଚାର୍ଜ ହୋଇ ଫେରିବା ପରେ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି ମହିଳା । କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳର ଜଣେ ମହିଳା ରାଣୀହାଟ ଜନନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସା ସାରି ଘରକୁ ଯିବା ପରେ ପୁଣି ଥରେ ଶରୀରରେ ଯନ୍ତ୍ରଣା ବଢିଥିଲା। ଏନେଇ ରାଜଧାନୀର ଏକ ଘରୋଇ ମେଡିକାଲରେ ସିଟି ସ୍କାନ କରାଇଥିଲେ ।
କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳର ଜଣେ ମହିଳା ରାଣୀହାଟ ଜନନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସା ସାରି ଘରକୁ ଯିବା ପରେ ପୁଣି ଥରେ ଶରୀରରେ ଯନ୍ତ୍ରଣା ବଢିଥିଲା। ଏନେଇ ରାଜଧାନୀର ଏକ ଘରୋଇ ମେଡିକାଲରେ ସିଟି ସ୍କାନ କରାଇଥିଲେ । ମହିଳାଙ୍କର ମଳ ନଳୀରୁ ୩ ସେଣ୍ଟିମିଟର କାଟିଦିଆଯାଇଥିବା ରିପୋର୍ଟରୁ ଜଣାପଡ଼ିଥିଲା । ଘଟଣା ନେଇ ମହିଳା ଜଣକ ମଙ୍ଗଳାବାଗ ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗରେ ଡାକ୍ତରଙ୍କ ସମେତ ୫ ଜଣଙ୍କ ନାଁ ମଧ୍ୟ ଦର୍ଶାଯାଇଛି । କଟକ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ମଧ୍ୟ ଜଣାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ମହିଳାଙ୍କର ମଳ ନଳୀରୁ ୩ ସେଣ୍ଟିମିଟର କାଟିଦିଆଯାଇଥିବା ରିପୋର୍ଟରୁ ଜଣାପଡ଼ିଥିଲା । ଘଟଣା ନେଇ ମହିଳା ଜଣକ ମଙ୍ଗଳାବାଗ ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗରେ ଡାକ୍ତରଙ୍କ ସମେତ ୫ ଜଣଙ୍କ ନାଁ ମଧ୍ୟ ଦର୍ଶାଯାଇଛି । କଟକ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ମଧ୍ୟ ଜଣାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
crime