ଇଏସ୍ଏଲ୍ ଷ୍ଟିଲ୍ ପକ୍ଷରୁ ତରଳ ଅମ୍ଳଜାନ ଯୋଗାଣ

ଭୁବନେଶ୍ୱର: ବେଦାନ୍ତ ଗ୍ରୁପର ଅଧିନସ୍ଥ ଇଏସ୍ଏଲ୍ ଷ୍ଟିଲ୍ ଲିମିଟେଡ୍ କୋଭିଡ ମୁକାବିଲା ନିମନ୍ତେ ତରଳ  ଅମ୍ଳଜାନ ଯୋଗାଣ ପାଇଁ ଆଗେଇ ଆସିଛି । ଏଥିପାଇଁ କମ୍ପାନି ବୋକାରୋ ନିକଟସ୍ଥ ସିୟାଲିଜୋର ଠାରେ ଥିବା ଏହାର ପ୍ଲାଣ୍ଟକୁ ପଞ୍ଜୀକୃତ କରିଛି । ବେଦାନ୍ତ ଗ୍ରୁପ୍ କୋଭିଡ୍-୧୯ ମହାମାରୀର ୨ୟ ଲହରର ମୁକାବିଲା କରିବା ପାଇଁ ନିଜର ପ୍ରୟାସ ମାଧ୍ୟମରେ ଯୋଗଦାନ ଦେବା ଲାଗି ସରକାରଙ୍କ ଅଭିଯାନଗୁଡିକ ସହିତ ଜଡିତ ହୋଇଛି । ଅନ୍ୟାନ୍ୟ ଗ୍ରୁପ୍ କମ୍ପାନୀଗୁଡିକ ଭଳି ଇଏସ୍ଏଲ୍ ଷ୍ଟିଲ୍ ଲିମିଟେଡ୍ ମଧ୍ୟ ନିଜର ବେଦାନ୍ତ କେୟାର୍ ଅଭିଯାନର ଅଂଶ ଭାବେ କୋଭିଡ୍-୧୯ ରୋଗୀମାନଙ୍କୁ ଅମ୍ଳଜାନ ଯୋଗାଣ ବୃଦ୍ଧି କରିବା ଲାଗି ଆଗକୁ ଆସିଛି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଇସ୍ପାତ ମନ୍ତ୍ରଣାଳୟ ଦ୍ୱାରା ଶୀଘ୍ର ଅମ୍ଳଜାନ ଆବଣ୍ଟନ ପାଇଁ ଇଏସ୍ଏଲ୍ ପ୍ଲାଣ୍ଟରେ ଏକ ଗ୍ରୀନ୍ କରିଡର୍ ମାଧ୍ୟମରେ ତରଳ ଅମ୍ଳଜାନ ଡେଲିଭର କରିବାକୁ ପ୍ରତିବଦ୍ଧ ରହିଛି । ଇଏସ୍ଏଲ୍ ପଞ୍ଜାବ, ବିହାର ଓ ଝାଡଖଣ୍ଡରେ ଗୁରୁତର ରୋଗୀମାନଙ୍କ ପାଇଁ ଅମ୍ଳଜାନ କଣ୍ଟେନର ଶୀଘ୍ର ଯୋଗାଣ କରି ଲୋକଙ୍କ ଜୀବନ ବଂଚାଇବାରେ ସାହାଯ୍ୟ କରୁଛି ।

ସମ୍ବନ୍ଧିତ ଖବର