ମାଲକାନଗିରି: ଆଜି ସକାଳ ୭ଟାରୁ ରାଜ୍ୟର ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଥିବା ବେଳେ ଇଭିଏମକୁ ନେଇ ମାଲକାନଗିରିରେ ଅନିୟମିତତା ଅଭିଯୋଗ ଆସିଛି। ଜିଲ୍ଲାର ଏମଭି ୧୪ ଗାଁ ୯୦ ନଂ ବୁଥରେ ଇଭିଏମ ମେସିନରେ ଗଡ଼ବଡ଼ ଥିବା ଅଭିଯୋଗ ହୋଇଛି। ତେବେ ଗୋଟିଏରେ ଭୋଟ୍ ଦେଲେ ତାହା ଅନ୍ୟ ଚିହ୍ନକୁ ଚାଲିଯାଉଥିବା ନେଇ ଅଭିଯୋଗ କରିଛନ୍ତି ଭୋଟର। ଏହାକୁ ବିରୋଧ କରି ଗ୍ରାମବାସୀ ରାସ୍ତା ଉପରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି। ତେବେ ଭୋଟରଙ୍କ ଅଭିଯୋଗ ପରେ ୨ଟି ମେସିନ ବଦଳାଇଛନ୍ତି ସେକ୍ଟର ଅଧିକାରୀ।
ଅନ୍ୟପକ୍ଷରେ ମାଲକାନଗିରି ଜିଲ୍ଲାର ୩୦ରୁ ଅଧିକ ବୁଥରେ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଏମ୍ଭି-୧୧, କୋରକୋଣ୍ଡା, ମୁଦୁଲିଗୁଡ଼ା, ବିବିଗୁଡ଼ା ଓ ଶିଖପାଲିରେ ଇଭିଏମରେ ତ୍ରୁଟି ଦେଖାଦେଇଛି। ଗୁଣୁପୁର ପଦ୍ମପୁର ବ୍ଲକ୍୧୧୨ ନମ୍ବର ବୁଥରେ ଭିଭିପାଟ୍ ଅଚଳ ହୋଇପଡ଼ିଥିବା ବେଳେ ଉମରକୋଟର ୨ ଓ ରାଇଘର ବ୍ଲକର ଗୋଟିଏ ବୁଥରେ ଇଭିଏମ୍ ଅଚଳ ହୋଇପଡିଛି। ବୁର୍ଜା ଆଦିବାସୀ ଓ ଦଣ୍ଡେଶ୍ୱର ହାଇସ୍କୁଲ, ଜୁନାଗଡ଼ର କୁହୁରା ଓ କଣ୍ଟାମାଳ ବୁଥରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି। ସେହିପରି ଜୟପୁର ପାରାବେଡ଼ା ହାଇସ୍କୁଲ, ଚିତ୍ରକୋଣ୍ଡା ୟୁପି ସ୍କୁଲର ୨୧୧ ନମ୍ବର ବୁଥ, ଲମତାପୁଟ ହାଇସ୍କୁଲର ୭୭, ହନୁମାନ ଏମଇ ସ୍କୁଲର ୬୮ ନମ୍ବର ଓ ଅନକାଡେଲି ୟୁପି ସ୍କୁଲର ୬୯ ନମ୍ବର ବୁଥରେ ମତଦାନରେ ବିଳମ୍ବ ହୋଇଛି।
/sambad/media/post_attachments/wp-content/uploads/2019/04/Screen-Shot-2019-04-11-at-8.44.58-AM-1-768x576-300x225.png)
ସେହିଭଳି ବ୍ରହ୍ମପୁରରେ ମଧ୍ୟ ଇଭିଏମ୍ କାମ କରୁନି। ବିଜିପୁଟ କାଳୁଆ ସ୍କୁଲରେ ବୁଥ୍ ନଂ- ୧୨୧ରେ କାମ କରୁନି ଇଭିଏମ୍। ଇଭିଏମ୍ କାମ କରୁନଥିବାରୁ ମତଦାନ ପ୍ରକ୍ରିୟା ବିଳମ୍ବ ହୋଇଛି। ଜୟପୁରର ମଧ୍ୟ ବିଭିନ୍ନ ବୁଥରେ କାମ କରୁନି ଇଭିଏମ୍। ବୁଥ୍ ନଂ-୧୫୦ରେ କାମ କରୁନି ଇଭିଏମ୍। ଏଯାଏଁ ଭୋଟର ମତଦାନ ଦେଇପାରୁନାହାନ୍ତି।
ସେପଟେ ଗଜପତିରେ ବି ସମାନ ଅବସ୍ଥା। ବିଭିନ୍ନ ଜାଗାରେ ଇଭିଏମ୍ ଖରାପ ହୋଇ ପଡିଥିବା କାରଣରୁ ଭୋଟରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଛି। ଏପରିକି ଇଭିଏମ ଖରାପ ଯୋଗୁଁ ବହୁ ସଂଖ୍ୟକ ଭୋଟର ଭୋଟ ନ ଦେଇ ଫେରିଯାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/EVM-Problem-in-Malkangiri_Thumbnail.jpg)