ନୂଆଦିଲ୍ଲୀ: ବୋର୍ଡର ସିକ୍ୟୁରିଟି ଫୋର୍ସ (ବିଏସଏଫ୍)ରୁ ବହିଷ୍କୃତ ହୋଇଥିବା ଯବାନ ତେଜ୍ ବାହାଦୁର ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବାରାଣାସୀରେ ନିର୍ବାଚନ ଲଢିବା ପାଇଁ ଘୋଷଣା କରିଛନ୍ତି। ରେୱାଡି ନିବାସୀ ତେଜ୍ ବାହାଦୁର ଯଦି ନିର୍ବାଚନ ଜିତନ୍ତି ତେବେ ସେ କ’ଣ କରିବେ ସେନେଇ ଖୁଲାସା କରିଛନ୍ତି।
ପୂର୍ବତନ ଯବାନ କହିଛନ୍ତି, ମୁଁ ପିଏମ୍କୁ ପଚାରିବାକୁ ଚାହେଁ କି ସେ ଯେଉଁ ପ୍ରତିଶ୍ରୃତି ଦେଇଥିଲେ, ତାହାକୁ ନେଇ ସେ କ’ଣ କରିଛନ୍ତି। ଗୋଟିଏ ପଟୋ ଅସଲି ଚୌକିଦାର ଓ ଅନ୍ୟପଟେ ନକଲି ଚୌକିଦାର ମଧ୍ୟରେ ଲଢ଼େଇ ହେବା କଥା ସେ କହିଛନ୍ତି।
TB Yadav (BSF constable who was dismissed from service in '17 after he had released video on quality of food served to soldiers): Contesting as independent candidate from Varanasi. PM had said 'will give status of martyrs to soldiers of paramilitary forces,will give them pension' pic.twitter.com/PuDRIs9DzH
— ANI (@ANI) March 31, 2019
କେବଳ ଏତିକି ନୁହେଁ ତେଜ ଶୁକ୍ରବାର ଗଣମାଧ୍ୟମ ସହ କଥାବାର୍ତ୍ତା କରି ରାଜନୀତିରେ ମିଶିବା ପାଇଁ ଘୋଷଣା କରିଥିଲେ। ସେ କହିଥିଲେ ଯେ ମୋଦି ଭ୍ରଷ୍ଟାଚାର ମୁକ୍ତ ଭାରତ କଥା କହୁଛନ୍ତି କିନ୍ତୁ ମୁଁ ଯେତେବେଳେ ବିଏସଏଫରେ ଖରାପ ଖାଦ୍ୟକୁ ନେଇ ସ୍ୱର ଉତ୍ତୋଳନ କଲି ମୋତେ ବିଏସଏଫର ବାହାର ରାସ୍ତା ଦେଖାଇ ଦିଆଗଲା । ଏଭଳି ସମୟରେ ସେ ମୋଦିଙ୍କ ବିରୋଧରେ ବାରାଣାସୀରେ ଲଢେଇ କରିବେ ।
ତେଜ୍ ବାହାଦୁର୍ ଭ୍ରଷ୍ଟାଚାର ମୁକ୍ତ ଭାରତର ପ୍ରଚାର କରିବେ ବୋଲି ମଧ୍ୟ କହିଥିଲେ । ସେ କିଛି ମାସ ହେଲା ନିର୍ବାଚନ ଲଢିବାକୁ ଚେଷ୍ଟା କରୁଛନ୍ତି । ବାରାଣାସୀର ଏକ ହଜାରରୁ ଅଧିକ ଲୋକ ତାଙ୍କ ସପକ୍ଷରେ ରହିଛନ୍ତି। ସେ ବାରାଣାସୀର ଭୋଟର ଲିଷ୍ଟରେ ନିଜ ନାମ ମଧ୍ୟ ଲେଖିସାରିଛନ୍ତି । ଖୁବଶୀଘ୍ର ସେ ବାରାଣାସୀ ଅଭିମୁଖେ ନିଜ ଦଳ ସହ ଯିବେ ।
ଉଲ୍ଲେଖଯୋଗ୍ୟ, ତେଜ୍ ବାହାଦୁର ବିଏସଏଫ୍ରୁ ମିଳୁଥିବା ଖାଦ୍ୟକୁ ଖରାପ କହି ଭିଡିଓ ପ୍ରସ୍ତୁତ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ । ଯାହାପରେ ସେ ଖୁବ୍ ଚର୍ଚ୍ଚାରେ ଥିଲେ ।