ରାଜଗାଙ୍ଗପୁର: ରାଜଗାଙ୍ଗପୁର ଅବକାରୀ ଥାନା ପକ୍ଷରୁ ରାଜଗାଙ୍ଗପୁରର ବିଭିନ୍ନ ସ୍ଥାନରେ ଚଢ଼ଉ କରି ବିପୁଳ ପରିମାଣର ଦେଶୀ ଓ ବିଦେଶୀମଦ ଜବତ କରାଯାଇଛି। ସେଥିମଧ୍ୟରୁ ବାଇପାସ୍‌ରେ ଥିବା ହ୍ବାଇଟ୍‌ ରୋଜ୍‌ ହୋଟେଲରୁ ବିଦେଶୀମଦ ଜବତ କରାଯାଇଛି।

Advertisment

ରାଜଗାଙ୍ଗପୁର ଅବକାରୀ ଅଧିକାରୀ ସଞ୍ଜୀବ କୁମାର ଶର୍ମାଙ୍କ ନେତୃତ୍ବରେ ଭଗତପଡ଼ା, ଘୋଘରନାଲା, ଝଗରପୁର, ଡୁଡ଼ିି, ତାଲକୁଦର, ଜରୁମାଲ, ମାଲିଡିହି ଓ କୁତ୍ରା ଥାନା ଅନ୍ତର୍ଗତ ଗରିଆମୁଣ୍ଡାରେ ଚଢ଼ଉ କରାଯାଇଥିଲା। ମୋଟ ୧୦ଟି ଚଢ଼ଉରେ ଅବକାରୀ ବିଭାଗ ୭୨୨ ଲିଟର ଦେଶୀମଦ, ୪୩୮୦ ମହୁଲପୋଚ, ବିଦେଶୀମଦ ୯.୯ ଲିଟର ବିଅର, ୧୩ ଲିଟର ବିଦେଶୀମଦ ଜବତ କରାଯାଇଛି। ଏହି ସଂକ୍ରାନ୍ତରେ ୧୦ଟି କେସ୍‌କରି ୬ ଜଣଙ୍କୁ ଗିରଫ କରାଯାଇଛି। ରାଜଗାଙ୍ଗପୁର ବାଇପାସ୍‌ରେ ଥିବା ହ୍ବାଇଟ୍‌ ରୋଜ୍‌ ହୋଟେଲର କର୍ମଚାରୀ ଶଙ୍କର ଜେନାଙ୍କୁ ଗିରଫକରି ନୋଟିସ୍‌ଦେଇ ଛାଡ଼ି ଦିଆଯାଇଛି।