ଭୁବନେଶ୍ୱର: ରାଜଧାନୀର ନୟାପଲ୍ଲୀ ନୀଳକଣ୍ଠନଗରରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି।  ଘଟଣାସ୍ଥଳରୁ ବ୍ୟାପକ ଦେଶୀ ମଦ, ପୋଚ ଓ କଞ୍ଚାମାଲ ଜବତକରାଯାଇଛି। ଘର ଭିତରେ ଦେଶୀ ମଦ ରନ୍ଧା ଚାଲିଥିବାର ଦେଖିବାକୁ ମିଳିଥିଲା। ସେଠାରୁ ସେସବୁ ସାମଗ୍ରୀକୁ  ଜବତ କରିବା ସହ ମଦ, ପୋଚ, କଞ୍ଚାମାଲକୁ ନଷ୍ଟ କରିଛି ଅବକାରୀ ବିଭାଗ।

Advertisment

ସୂଚନାଯୋଗ୍ୟ, କିଛିଦିନ ତଳେ ପୁଲିସ ସାଲିଆ ସାହିରେ ଚଢଉ କରିଥିଲା। ପ୍ରତି ବର୍ଷ ବିଭିନ୍ନ ସମୟରେ ସାଲିଆ ସାହିରେ ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଉଥିଲେ ବି କାହିଁକି ସେଠାରେ ମଦବନ୍ଦ ହୋଇପାରୁନି ତାହା ସମସ୍ତଙ୍କୁ ବିସ୍ମିତ କରିଛି।