ରାଉରକେଲା: ବହୁ ଦିନ ପରେ ସ୍ମାର୍ଟସିଟି ରାଉରକେଲାର ନିଶା ଆଡ଼ାରେ ପୁଲିସ ବଡ଼ଧରଣର ଚଢ଼ଉ କରିଛି। ବ୍ରାଉନସୁଗର ଏବଂ ଗଞ୍ଜେଇ ବ୍ୟବସାୟ ଅଭିଯୋଗ​ରେ ଘଟଣାସ୍ଥଳରୁ ୩ ଜଣ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ପ୍ରାୟ ୫ ଗ୍ରାମ୍ ବ୍ରାଉନସୁଗର ଏବଂ ୩୪ କେଜି ଗଞ୍ଜେଇ ସହ ନଗଦ ୭୭ ହଜାର ଟଙ୍କା ଜବତ ହୋଇଛି। ଶୁକ୍ରବାର ​ସକାଳ ପ୍ରାୟ ୫ଟା ୩୦। ଏସ୍ପି ନୀତେଶ ୱାଧୱାନୀଙ୍କ ନିର୍ଦେଶକ୍ରମେ ପୁଲିସ ସଦଳବଳ ନିଶା ଆଡ଼ା କହାଯାଉଥିବା ମହତାବ ରୋଡ୍ସ୍ଥ ମୀନାପଡ଼ାରେ ପଶିଥିଲା। ପ୍ରଥମେ ମୀନାପଡ଼ାକୁ ପ୍ରବେଶ ରାସ୍ତା ମହତା​ବ ରୋଡ୍ ଏବଂ ରିଂ ରୋଡ୍ ପଟୁ ପୁଲିସ ଘେରିଥିଲା। ପରେ ବସ୍ତିରେ ଗୋଟିଏ ପରେ ଗୋଟିଏ ୫୦ରୁ ୬୦ଟି ଘରେ ୨ ଘଣ୍ଟା ଧରି ଚଢ଼ଉ କରିଥିଲା।
ଗୋଟିଏ ଘରୁ ନେହା ପରୱିନ୍(୨୭), ସୁଲତାନା ଖାତୁନ୍(୫୬)ଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ଘରୁ ୧୨ କେଜି ଗଞ୍ଜେଇ ସହ ନଗଦ ୨ ହଜାର ଟଙ୍କା ଜବତ କରାଯାଇଥିଲା। ପରେ ଆଉ ଏକ ଘରୁ ରେଶମା ଖାତୁନ୍(୪୦) ଏବଂ ମହମ୍ମଦ ନସିମ୍(୨୧)ଙ୍କୁ ଗିରଫ କରିଥିଲା ପୁଲିସ। ସେମାନଙ୍କ ଘରୁ ୫ ଗ୍ରାମ୍ ବ୍ରାଉନସୁଗର, ୨୨ କେଜି ଗଞ୍ଜେଇ, ନଗଦ ୭୫ ହଜାର ଟଙ୍କା ଏବଂ ୨ଟି ମୋବାଇଲ୍ ଫୋନ୍ ଜବତ ହୋଇଛି। ଜବତ ନିଶାଦ୍ରବ୍ୟର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା​ ହେବ ବୋଲି ଜଣାପଡ଼ିଛି।
ଏହିକ୍ରମରେ ଗୋଟିଏ ଘରୁ ନେହା ପରୱିନ୍(୨୭), ସୁଲତାନା ଖାତୁନ୍(୫୬)ଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ଘରୁ ୧୨ କେଜି ଗଞ୍ଜେଇ ସହ ନଗଦ ୨ ହଜାର ଟଙ୍କା ଜବତ କରାଯାଇଥିଲା। ପରେ ଆଉ ଏକ ଘରୁ ରେଶମା ଖାତୁନ୍(୪୦) ଏବଂ ମହମ୍ମଦ ନସିମ୍(୨୧)ଙ୍କୁ ଗିରଫ କରିଥିଲା ପୁଲିସ। ସେମାନଙ୍କ ଘରୁ ୫ ଗ୍ରାମ୍ ବ୍ରାଉନସୁଗର, ୨୨ କେଜି ଗଞ୍ଜେଇ, ନଗଦ ୭୫ ହଜାର ଟଙ୍କା ଏବଂ ୨ଟି ମୋବାଇଲ୍ ଫୋନ୍ ଜବତ ହୋଇଛି। ଜବତ ନିଶାଦ୍ରବ୍ୟର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା​ ହେବ ବୋଲି ଜଣାପଡ଼ିଛି। ଚଢ଼ଉରେ ୨ ଜଣ ଅତିରିକ୍ତ ଏସ୍ପି, ୬ ଜଣ ଡିଏସ୍ପି, ୧୩ ଜଣ ଥାନା ଅଧିକାରୀ, ୨୫ରୁ ଉର୍ଦ୍ଧ୍ବ ଏସ୍ଆଇ/ଏଏସ୍ଆଇଙ୍କ ସହ ​ମୋଟ ୬ ପ୍ଲାଟୁନ୍ ଫୋର୍ସ ଏବଂ ଡଗ୍ ସ୍କ୍ୱାଡ୍ଙ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା। ବର୍ଷ ବର୍ଷ ଧରି ପ୍ଲାଣ୍ଟସାଇଟ୍ ଅଞ୍ଚଳର ମୀନାପଡ଼ା ଏବଂ ମହତାବ ରୋଡ୍ ଅଞ୍ଚଳରେ ବ୍ରାଉନସୁଗାର ଓ ଗଞ୍ଜେଇ କାରବାର ଚାଲିଆସୁଥିଲା। ପୁଲିସ ପୂର୍ବରୁ ଅନେକ ବେପାରୀଙ୍କୁ ଗିରଫ କରି ଜେଲ୍ ପଠାଇଛି। ଏହାପରେ ମଧ୍ୟ ପୁଲିସକୁ ଖୋଲା ଚାଲେଞ୍ଜ ଦେଇ ଅଭିଯୁକ୍ତମାନେ ନିଶା କାରବାର ଚଳାଇଥିଲେ। ଗତ ସପ୍ତାହରେ ଏସ୍ପିଙ୍କୁ ସ୍ଥାନୀୟ ଲୋକେ ଅଭିଯୋଗ କରିବା ପରେ ଏହି ବଡ଼ ଧରଣର ଚଢ଼ଉ କରାଯାଇଥିଲା।
ସୂଚନାଯୋଗ୍ୟ, ଗତବର୍ଷ ପ୍ଲାଣ୍ଟସାଇଟ୍ ଥାନା ଅଞ୍ଚଳରେ ଗଞ୍ଜେଇ ଏବଂ ବ୍ରାଉନସୁଗର ବ୍ୟବସାୟ ଅଭିଯୋଗରେ ୧୦ରୁ ଅଧିକ ମାମଲା ରୁଜୁ ହୋଇଥିବାବେଳେ ୨୦ରୁ ଅଧିକ ବ୍ୟବସାୟୀ ଗିରଫ ହୋଇଥିଲେ। ଏହି ଚଢ଼ଉ ନିୟମିତ କରାଯିବ ବୋଲି ଏସ୍ପି ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/04/QMbqayz8uF1qIZEMS7U9.jpg)