ସୋର: ସୋର ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଗୁଡପୋଚ ନଷ୍ଟ କରିବା ସହିତ ଦେଶୀମଦ ଜବତ କରିଥିବା ବେଳେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୋର ଆଦର୍ଶ ଅବକାରୀ ଥାନାଧିକାରୀ ସନ୍ତୋଷ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ ଶିଙ୍ଗାଖୁଣ୍ଟା ପଞ୍ଚାୟତ ଶିଙ୍ଗାଖୁଣ୍ଟା ପଞ୍ଚାୟତ ଅଫିସ ପଛ ପଟେ ବେଆଇନ ଭାବେ ଗଢି ଉଠିଥିବା ମଦରନ୍ଧା କାରଖାନା ଉପରେ ଚଢ଼ାଉ କରି ୨୮୫୦ ଲିଟର ଗୁଡ଼ପୋଚ ନଷ୍ଟ କରିବା ସହିତ ୨୧୦ ଲିଟର ଦେଶୀମଦ ଜବତ କରିଥିଲେ। ଏହି ଚଢ଼ାଉ ହେଉଥିବା ଜାଣିପାରି ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ସେହିପରି ଗୁଜଡିହା ଗ୍ରାମରେ ଚଢ଼ାଉ କରି ଶୁକମଣୀ ଜେନା ନିକଟରୁ ୧୧୦ ଲିଟର ଦେଶୀମଦ ଜବତ କରି ତାକୁ ଗିରଫ କରିଥିଲେ। ସୋର ମେଡ଼ିକାଲରେ ତାର ଡାକ୍ତରୀ ମାଇନା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଏଏସଆଇ ମିନତୀ ଜେନା, କନେଷ୍ଟବଳ ଶଶୀକାନ୍ତ ସାହୁ, କାଜଲ ପ୍ରିୟଦର୍ଶିନୀ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/sfUOIz1jwmv3OuTCsXTW.jpg)