କଳାହାଣ୍ଡି: କଳାହାଣ୍ଡିରେ ହେବ କ୍ଳୋଜ ଫାଇଟ୍‌। ବୁଥ୍‌ ବାହୁଡା ମତ ପରେ ଏଭଳି ଚିତ୍ର ସାମ୍ନାକୁ ଆସିଛି। ସମ୍ବାଦ-କନକ ନ୍ୟୁଜ୍‌ ଏକଜିଟ୍‌ ପୋଲ ରିପୋର୍ଟ ଅନୁଯାୟୀ, କଳାହାଣ୍ଡିରେ ତିନି ଦଳ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିପାରେ। ୨୦୧୯ର ଏହି ଲଡ଼େଇରେ କିଏ ବାଜି ମାରିବ ଓ କିଏ ରଣଭୂମିରେ ପରାଜିତ ହେବ ତାହା କହିବା ମୁସ୍କିଲ। ତିନି ଦଳର ହେଭିୱେଟ ନେତାଙ୍କ ମଧ୍ୟରୁ ଜନତା କାହାକୁ ନେତା ବାଛିବେ ତାହା ଏକଜିଟ୍‌ ପୋଲରେ ମଧ୍ୟ ସ୍ପଷ୍ଟ ହୋଇନାହିଁ। କଳାହାଣ୍ଡି ଲୋକସଭା ଆସନରେ ଯେଉଁଭଳି କନଫ୍ୟୁଜନ ଦେଖିବାକୁ ମିଳୁଛି ଠିକ୍‌ ସେହିଭଳି କନଫ୍ୟୁଜନ୍‌ ଏହା ଅଧୀନରେ ଆସୁଥିବା ବିଧାନସଭାରେ ମଧ୍ୟ ଦେଖିବାକୁ ମିଳିପାରେ।

Advertisment

୨୦୧୪ରେ ବିଜେଡି ଏହି ଲୋକସଭା ଅନ୍ତର୍ଗତ ୭ ବିଧାନସଭା ଆସନ ମଧ୍ୟରୁ ୫ଟିରେ ବିଜୟୀ ହୋଇଥିବା ବେଳେ ୨୦୧୯ରେ ମାତ୍ର ୩ଟି ଆସନରେ ବାଜି ମାରିବା ନେଇ ସମ୍ଭାବନା ଦେଖା ଦେଇଛି। ସେହିଭଳି ଚଳିତ ନିର୍ବାଚନରେ ବିଜେପିକୁ ମଧ୍ୟ କ୍ଷତି ସହିବାକୁ ପଡିପାରେ। ୨୦୧୪ରେ ବିଜେପି ଏଠାରେ ୨ଟି ଆସନରେ ବାଜି ମାରିଥିବା ବେଳେ ୨୦୧୯ରେ ଗୋଟିଏ ଆସନରେ ଜିତିବା ନେଇ ଏକଜିଟ୍‌ ପୋଲ ରିପୋର୍ଟରେ ସାମ୍ନାକୁ ଆସିଛି। ଏହାଛଡା ବଳକା ୩ଟି ଆସନରେ କ୍ଲୋଜ୍‌ ଫାଇଟ୍‌ ଦେଖିବାକୁ ମିଳିପାରେ।

publive-image

୨୦୧୪ରେ ବିଜେପି ଦଖଲରେ ଥିବା ନୂଆପଡା ଆସନରେ ବିଜେଡି ଜିତୁଥିବା ନେଇ ଏକଜିଟ୍‌ ରିପୋର୍ଟ କହୁଥିବା ବେଳେ ଖରିଆରରେ ୨୦୧୪ର ପ୍ରଦର୍ଶନ ଦୋହରାଇବା ସହ ପୁଣିଥରେ କ୍ଷମତା ଦଖଲ କରିପାରେ ବିଜେପି। ସେହିଭଳି ୨୦୧୪ରେ ବିଜେଡି ଦଖଲରେ ଥିବା ଅନ୍ୟ ୫ଟି ଆସନ ଲାଞ୍ଜିଗଡ,ଜୁନାଗଡ,ଧର୍ମଗଡ, ଭବାନୀପାଟଣା ଓ ନର୍ଲା ଆସନ ମଧ୍ୟରୁ ୨ଟି ଆସନ ଧର୍ମଗଡ ଓ ନର୍ଲାରେ ବିଜେଡିର ଫଲ୍ଲା ଭାରି ରହିପାରେ। ଅନ୍ୟ ୩ଟି ଆସନ ଲାଞ୍ଜିଗଡ, ଜୁନାଗଡ ଓ ଭବାନୀପାଟଣାରେ କ୍ଲୋଜ ଫାଇଟ୍‌ ହୋଇପାରେ। ତେଣୁ ଏହି ୩ ଆସନରେ କିଏ ବାଜି ମାରିବ ତାହା ନିର୍ବାଚନ ଫଳାଫଳ ପରେ ସ୍ପଷ୍ଟ ହେବ। କ୍ଲୋଜ ଫାଇଟକୁ ବାଦ୍‌ ଦେଲେ କଳାହାଣ୍ଡିରେ କଂଗ୍ରେସର ୨୦୧୪ ଭଳି ସ୍ଥିତି ଦେଖିବାକୁ ମିଳିପାରେ ବୋଲି ସର୍ଭେ ରିପୋର୍ଟରେ ସାମ୍ନାକୁ ଆସିଛି।