ଦିଲ୍ଲୀ: ଏକଜିଟ ପୋଲକୁ ନେଇ ଏନଡିଏ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି | ଆସନ୍ତା ମଙ୍ଗଳବାର ଦିନ ଦିଲ୍ଲୀରେ ବିଜେପିର ସହଯୋଗୀ ଦଳମାନଙ୍କୁ ନେଇ ବୈଠକ ବସିବାକୁ ଯାଉଛି | ଏଥିରେ ସରକାର ଗଠନ ପ୍ରସ୍ତୁତି ବାବଦରେ ଆଲୋଚନା ହେବାର ଚର୍ଚ୍ଚା ହେଉଛି | କାରଣ ଆଜି ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଦ୍ୱାରା ପ୍ରକାଶ ପାଇଥିବା ବୁଥ ବାହୁଡା ମତରେ ବିଜେପି ଓ ସହଯୋଗୀ ଦଳମାନଙ୍କୁ ବହୁମତ ମିଳିଥିବାର ଦର୍ଶାଯାଇଛି | ଆଜତକ-ଏକ୍ସିସ ଇଣ୍ଡିଆ ପକ୍ଷରୁ ପ୍ରକାଶ ପାଇଥିବା ଅନୁମାନ ଅନୁସାରେ ୫୪୩ ଆସନରୁ ଏନଡିଏ ୩୩୯ରୁ ୩୬୫ ସିଟ ପାଇବ | ସେହିପରି ରିପବ୍ଲିକ-ସି ଭୋଟରର ରିପୋର୍ଟ ଅନୁସାରେ ଏନଡିଏ ୨୮୭ଟି,ରିପବ୍ଲିକ ଭାରତ-ଜନ କି ବାତର ରିପୋର୍ଟ ଅନୁସାରେ ଏନଡିଏ ୩୦୫ଟି,ନ୍ୟୁଜ ନେସନର ରିପୋର୍ଟ ଅନୁସାରେ ଏନଡିଏ ୨୮୨ରୁ ୨୯୦ ଟି ସିଟ ପାଇବେ । ସେହିପରି ଟାଇମ୍ସ ନାଓର ଅଟକଳ ଅନୁସାରେ ଏନଡିଏ ୩୦୬ଟି ଓ ଜି ନ୍ୟୁଜ ଏନଡିଏକୁ ୩୦୬ଟି ଆସନ ଦେଇଛି । ଏଠାରେ ସୂଚନା ଥାଉ କି ଏନଡିଏରେ ବିଜେପି ସହିତ ୪୧ଟି ରାଜନୈତିକ ଦଳ ରହିଛନ୍ତି|