ସୋର: ସୋର ଉତ୍ତରେଶ୍ୱର ଉଡ଼ନ୍ତା ପୋଲ ତଳେ ହୋଇଥିବା ଜବରଦଖଲକୁ ସୋର ପୁର୍ତ୍ତ ବିଭାଗ, ସୋର ତହସିଲ ଓ ପୌର ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ଦୀର୍ଘଦିନ ଧରି ହୋଇଥିବା ଏହି ଜବରଦଖଲ କାରଣରୁ ଅନେକ ସମୟରେ ରାସ୍ତା ଜାମ ସହିତ ଅପ୍ରିୀତିକର ପରିସ୍ଥିତି ସୃଷ୍ଟି ହେଉଥିଲା। ଏଥି ସହିତ ପୋଲର ସ୍ଥାୟିତ୍ୱକୁ ନେଇ କିଛି ବୁଦ୍ଧିଜିବୀ ଅଭିଯୋଗ କରିଥିଲେ।
ସୋର ଉତ୍ତରେଶ୍ୱର ଉଡ଼ନ୍ତା ପୋଲ ତଳେ ହୋଇଥିବା ଜବରଦଖଲକୁ ସୋର ପୁର୍ତ୍ତ ବିଭାଗ, ସୋର ତହସିଲ ଓ ପୌର ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ଦୀର୍ଘଦିନ ଧରି ହୋଇଥିବା ଏହି ଜବରଦଖଲ କାରଣରୁ ଅନେକ ସମୟରେ ରାସ୍ତା ଜାମ ସହିତ ଅପ୍ରିୀତିକର ପରିସ୍ଥିତି ସୃଷ୍ଟି ହେଉଥିଲା। ଏଥି ସହିତ ପୋଲର ସ୍ଥାୟିତ୍ୱକୁ ନେଇ କିଛି ବୁଦ୍ଧିଜିବୀ ଅଭିଯୋଗ କରିଥିଲେ। ଏନେଇ ଗତ ୮ ତାରିଖରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ଅବଗତ କରାଯାଇଥିଲା। ଆଜି ସୋର ତହସିଲଦାର ଦୈତାରୀ ମଲ୍ଲିକ ଓ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ୱରଂଜନ ପ୍ରଧାନଙ୍କ ଉପସ୍ଥିତିରେ ଏହି ଜବରଦଖଲକୁ ଉଚ୍ଛେଦ କରାଯାଇଛି।
ଏନେଇ ଗତ ୮ ତାରିଖରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ଅବଗତ କରାଯାଇଥିଲା। ଆଜି ସୋର ତହସିଲଦାର ଦୈତାରୀ ମଲ୍ଲିକ, ସୋର ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ୱରଂଜନ ପ୍ରଧାନ ଓ ପୁର୍ତ୍ତ ବିଭାଗ ସମେତ ସୋର ପୁଲିସ ଉପସ୍ଥିତିରେ ଏହି ଜବରଦଖଲକୁ ଉଚ୍ଛେଦ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/08/11/untitled-2025-08-11-14-09-11.png)