କଂଗ୍ରେସ କର୍ମୀ ନିଜ ଉପରେ ବିଶ୍ୱାସ ରଖନ୍ତୁ, ପରିଶ୍ରମ ବୃଥା ଯିବ ନାହିଁ: ରାହୁଲ

ନୂଆଦିଲ୍ଲୀ: ଜାତୀୟ ସ୍ତରରେ ସର୍ଭେ ସଂସ୍ଥାର ଏଗଜିଟ ପୋଲ୍‌ ପୂର୍ବାନୁମାନ ଆସିବା ପରେ ପ୍ରଥମ ଥର ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରତିକ୍ରିୟା ରଖିଛନ୍ତି । ଏଗଜିଟ ପୋଲ ପୂର୍ବାନୁମାନ ଅନୁସାରେ ଏନଡିଏକୁ ବହୁମତ ମିଳିଛି । ତେବେ କଂଗ୍ରେସ ଅଧ୍ୟକ୍ଷ ଦଳୀୟ କର୍ମୀଙ୍କ ଉଦ୍ଦେଶ୍ୟରେ ଟୁଇଟ କରି ଏଗଜିଟ ପୋଲ ପୂର୍ବାନୁମାନକୁ ଫେକ୍‌ ବୋଲି କହି କର୍ମୀଙ୍କୁ ନିରାଶ ନହେବା ପାଇଁ ଲେଖିଛନ୍ତି ।

 

ରାହୁଲ ଗାନ୍ଧି ନିଜ ଟୁଇଟରେ ଲେଖିଛନ୍ତି ଯେ, ଆସନ୍ତା ୨୪ଘଣ୍ଟା  ବେଶ ଗୁରୁତ୍ୱପୂର୍ଣ୍ଣ । ସତର୍କ ରୁହନ୍ତୁ ଏବଂ ଡରନ୍ତୁ ନାହିଁ । ଆପଣମାନେ ସତ୍ୟ ପାଇଁ ଲଢୁଛନ୍ତି ଓ ଫର୍ଜି ଏଗଜିଟ ପୋଲର ପ୍ରଚାରରୁ ଭୟଭୀତ ହୁଅନ୍ତୁ ନାହିଁ ବୋଲି ରାହୁଲ କଂଗ୍ରେସ କର୍ମୀଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି । ରାହୁଲ ଗାନ୍ଧି ନିଜ ଟୁଇଟରେ ଲେଖିଛନ୍ତି ଯେ, କଂଗ୍ରେସ କର୍ମୀ ନିଜ ଉପରେ ଏବଂ ଦଳ ଉପରେ ପୁରା ବିଶ୍ୱାସ ରଖନ୍ତୁ ଆପଣଙ୍କ ପରିଶ୍ରମ ବୃଥା ଯିବ ନାହିଁ ।

 

ସମ୍ବନ୍ଧିତ ଖବର