ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳରେ ନକଲି ବିଦେଶୀ ମଦ କାରବାର। ରିଆମାଳ ପୁଲିସ ଥାନା ଅଧିକାରୀ ସତ୍ୟବ୍ରତ ରାଉତଙ୍କ ନେତୃତ୍ବରେ ବଡ଼ ଧରଣର ନକଲି କାରବାରର ପର୍ଦ୍ଦାଫାସ ହୋଇଛି। ପୁଲିସ ଏମଭି ଚେକିଂ ବେଳେ ସ୍ବିଫ୍ଟ କାର ସହ ୧୦୦ ଲିଟରରୁ ଊର୍ଦ୍ଧ୍ବ ନକଲି ବିଦେଶୀ ମଦ ଜବତ କରିବା ସହ ତିନି ଅଭିଯୁକ୍ତ ଗିରଫ କରିଥିବା ଜଣା ପଡ଼ିଛି l
ଗିରଫ ଅଭିଯୁକ୍ତମାନେ ରିଆମାଳ ଥାନାଞ୍ଚଳ ବାଲିଜୋରୀ ଗ୍ରାମର ଶ୍ରୀଧର ପ୍ରଧାନ, ଭିତରପଦ ଗ୍ରାମର ପ୍ରଶାନ୍ତ ସୁନା ଓ ଫୁଲସରନାଲି ଗ୍ରାମର ତପନ ସାହୁ ବୋଲି ଜଣା ପଡ଼ିଛି l
ଚେକିଂ ବେଳେ ପୁଲିସକୁ ଚକମା ଦେଇ ଛତାବର ରାସ୍ତାରେ ଗାଡ଼ି ବୁଲାଇ ଅଭିଯୁକ୍ତମାନେ ଫେରାର ଉଦ୍ୟମ ବେଳେ ସେମାନଙ୍କୁ ଗୋଡ଼ାଇଗୋଡ଼ାଇ ପୁଲିସ ଧରିବାରେ ସଫଳ ହୋଇଥିଲା l ଗିରଫ ଅଭିଯୁକ୍ତମାନେ ରିଆମାଳ ଥାନାଞ୍ଚଳ ବାଲିଜୋରୀ ଗ୍ରାମର ଶ୍ରୀଧର ପ୍ରଧାନ, ଭିତରପଦ ଗ୍ରାମର ପ୍ରଶାନ୍ତ ସୁନା ଓ ଫୁଲସରନାଲି ଗ୍ରାମର ତପନ ସାହୁ ବୋଲି ଜଣା ପଡ଼ିଛି l
/sambad/media/media_files/2024/12/03/Pwd0N4usv9Uy9U4ztkz1.jpg)
ଜବତ କାର( ନଂ ଓଡି-୧୭-ପି-୯୯୫୮) ମଧ୍ୟରୁ ବ୍ଲାକ ଡାଇମଣ୍ଡ ସୁପର ହୁଈସ୍କିର ସ୍ପିରିଟ ଆଣି ରୟାଲ ଚ୍ୟାଲେଞ୍ଜର ହ୍ଵିସ୍କି, ରୟାଲ ଷ୍ଟାଗ, ଓ ମ୍ୟାକଡୁଏଲ ଭଳି ବିଭିନ୍ନ ବ୍ରାଣ୍ଡର ଲେବୁଲ ଲଗା ନକଲି ବିଦେଶୀ ମଦ ସହ ରଙ୍ଗୀନ ସ୍ପିରିଟ ସମେତ ୧୦୫ ଲିଟର ନକଲି ମଦ ଜବତ କରିଛି ପୁଲିସ l ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସତ୍ୟବ୍ରତ ରାଉତ ସୂଚନା ଦେଇଛନ୍ତି। ଏହି ସ୍ପିରିଟକୁ ରାଉରକେଲାରୁ ଆଣି ଗତ ୨ ମାସ ହେଲା ନକଲି ବିଦେଶୀ ମଦ କାରବାର ଚାଲିଥିଲା।ଏହି ମଦ ପିଇ ଲୋକଙ୍କ ଜୀବନ ପାଇଁ କ୍ଷତିକାରକ ହେଉଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/12/03/E25WsQNWpFBHU1S3EhdA.jpg)