ରାଉରକେଲା/ବୀରମିତ୍ରପୁର: କ୍ଷତିପୂରଣ ମିଳିବା ପରେ ଶନିବାର ପରିବାର ଲୋକ ଆର୍‌ଜିଏଚ୍‌ ମର୍ଗରୁ ରାଜେଶ କୁଜୁରଙ୍କ ଶବ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ପାଣ୍ଠିରୁ ୧୦ ଲକ୍ଷ ଟଙ୍କାର ପ୍ରତିଶ୍ରୁତି ସହ ଅବକାରୀ ବିଭାଗ ୧ ଲକ୍ଷ, ଜିଲ୍ଲା ପୁଲିସ ପାଣ୍ଠିରୁ ୫୦ ହଜାର ଟଙ୍କା ପରିବାରକୁ ଦିଆଯାଇଛି। ଏଥିସହ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ମୃତକଙ୍କ ପରିବାରକୁ ରେଡ୍‌କ୍ରସ୍‌ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଆଲୋଚନାବେଳେ ପ୍ରାଶାସନିକ ଅଧିକାରୀଙ୍କ ସହ ବିଜେପି ନେତା ସଞ୍ଜୀବ ପ୍ରତାପ ସିଂହଦେଓ ଉପସ୍ଥିତ ଥିଲେ।

Advertisment

୧୫ ତାରିଖରେ ବୀରମିତ୍ରପୁର ଅବକାରୀ ବିଭାଗ ପକ୍ଷରୁ ଦଲକି ଗ୍ରାମରେ ଚଢ଼ଉ କରାଯାଇ ବେଆଇନ ମହୁଲିମଦ କରବାର ଅଭିଯୋଗରେ ରାଜେଶ କୁଜୁରଙ୍କୁ ଗିରଫ କରିବା ପରେ ତାଙ୍କୁ କୋର୍ଟ ପଠାଯାଇଥିଲା। ସେଠାରେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲ୍‌ ପଠା ଯାଇଥିଲା। ସେହିଦିନ ରାତିରେ ରାଜେଶଙ୍କ ସ୍ୱାସ୍ଥ୍ୟ ଖରାପହେବାରୁ ତାଙ୍କୁ ଚିକିତ୍ସା ନିମନ୍ତେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ରାଜେଶଙ୍କୁ ପୁଲିସ ମାଡ଼ମାରି ଥିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ କରି ତାଙ୍କୁ ଉଚିତ ନ୍ୟାୟ ପାଇଁ ପରିବାର ଓ ଗ୍ରାମବାସୀ ଆନ୍ଦୋଳନ କରିଆସୁଥିଲେ। ରାଜେଶଙ୍କ ମୃତଦେହ ରାଉରକେଲା ସରକାରୀ ଡାକ୍ତରଖାନା ମର୍ଗରେ ପଡ଼ି ରହିଥିଲା। ଗତକାଲି ବିଜେପି ଜିଲ୍ଲା ସଭାପତି ପୂର୍ଣ୍ଣିମା କେରକେଟା, ସାଂସଦ ପ୍ରତିନିଧି ସଂଜୀବ ପ୍ରତାପ ସିଂହଦେଓ, ବ୍ଲକ୍‌ ପୂର୍ବତନ ଉପାଧ୍ୟକ୍ଷ ଶ୍ୟାମସୁନ୍ଦର ସାହୁ, ବ୍ଲକ୍‌ ସଭାପତି ଭୋଳାନାଥ ସାହୁଙ୍କ ନେତୃତରେ ରାଜେଶ କୁଜୁରଙ୍କ ପତ୍ନୀ ଅମ୍ରିତା କୁଜୁର ଓ ପରିବାରର ଅନ୍ୟ ସଦସ୍ୟମାନେ ରାଉରକେଲା ଅବକାରୀ କାର୍ଯ୍ୟାଳୟ ଯାଇ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ ଯେ, ୧୫ ତାରିଖରେ ବୀରମିତ୍ରପୁର ଅବକାରୀ ବିଭାଗ ପକ୍ଷରୁ ଦଲକି ଗ୍ରାମରେ ଚଢ଼ଉ କରାଯାଇ ବେଆଇନ ମହୁଲିମଦ କରବାର ଅଭିଯୋଗରେ ରାଜେଶ କୁଜୁରଙ୍କୁ ଗିରଫ କରିବା ପରେ ତାଙ୍କୁ କୋର୍ଟ ପଠାଯାଇଥିଲା। ସେଠାରେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲ୍‌ ପଠା ଯାଇଥିଲା। ସେହିଦିନ ରାତିରେ ରାଜେଶଙ୍କ ସ୍ୱାସ୍ଥ୍ୟ ଖରାପହେବାରୁ ତାଙ୍କୁ ଚିକିତ୍ସା ନିମନ୍ତେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ରାଜେଶଙ୍କୁ ପୁଲିସ ମାଡ଼ମାରି ଥିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ କରି ତାଙ୍କୁ ଉଚିତ ନ୍ୟାୟ ପାଇଁ ପରିବାର ଓ ଗ୍ରାମବାସୀ ଆନ୍ଦୋଳନ କରିଆସୁଥିଲେ। ରାଜେଶଙ୍କ ମୃତଦେହ ରାଉରକେଲା ସରକାରୀ ଡାକ୍ତରଖାନା ମର୍ଗରେ ପଡ଼ି ରହିଥିଲା। ଗତକାଲି ବିଜେପି ଜିଲ୍ଲା ସଭାପତି ପୂର୍ଣ୍ଣିମା କେରକେଟା, ସାଂସଦ ପ୍ରତିନିଧି ସଂଜୀବ ପ୍ରତାପ ସିଂହଦେଓ, ବ୍ଲକ୍‌ ପୂର୍ବତନ ଉପାଧ୍ୟକ୍ଷ ଶ୍ୟାମସୁନ୍ଦର ସାହୁ, ବ୍ଲକ୍‌ ସଭାପତି ଭୋଳାନାଥ ସାହୁଙ୍କ ନେତୃତରେ ରାଜେଶ କୁଜୁରଙ୍କ ପତ୍ନୀ ଅମ୍ରିତା କୁଜୁର ଓ ପରିବାରର ଅନ୍ୟ ସଦସ୍ୟମାନେ ରାଉରକେଲା ଅବକାରୀ କାର୍ଯ୍ୟାଳୟ ଯାଇ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ।