କରୋନାରେ ମୃତ୍ୟୁ ଘଟିଲେ ପରିବାରକୁ ୫ ବର୍ଷ ଯାଏ ଦରମା ଦେବ ରିଲାଆନ୍ସ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଜାରି ରହିଛି । ଏହାରି ଭିତରେ ରିଲାଆନ୍ସ କମ୍ପାନି ତା’ର କର୍ମଚାରୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି । କମ୍ପାନି ତରଫରୁ ଘୋଷଣା କରାଯାଇଛି କି, ଯଦି କୌଣସି କର୍ମଚାରୀଙ୍କର କରୋନାରେ ମୃତ୍ୟୁ ହୁଏ ତେବେ ତାଙ୍କର ପରିବାରକୁ ଆଗାମୀ ୫ ବର୍ଷ ଯାଏ କମ୍ପାନି ଦରମା ଦେବ। ଏହା ସହ ମୃତ କର୍ମଚାରୀଙ୍କ ପିଲାମାନଙ୍କ ପାଠ ପଢିବା ଖର୍ଚ୍ଚ କମ୍ପାନି ସମ୍ପୂର୍ଣ୍ଣ ବହନ କରିବ ।

ଏନେଇ ରିଲାଆନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଚେୟାରମ୍ୟାନ ଓ ପ୍ରବନ୍ଧ ନିର୍ଦ୍ଦେଶକ ମୁକେଶ ଅମ୍ବାନି ଓ ତାଙ୍କ ଧର୍ମପତ୍ନୀ ନୀତା ଅମ୍ବାନୀ ରିଲାଆନ୍ସ ଫ୍ୟାମିଲି ସପୋର୍ଟ ଓ ୱେଲଫେୟାର ସ୍କିମର ଘୋଷଣା କରିଛନ୍ତି । ଏହି ଅବସରରେ ସେମାନେ କହିଥିଲେ କି କରୋନା ମହାମାରୀ ଇତିହାସର ସବୁଠାରୁ ଭୟାବହ ଅନୁଭବ ନେଇ ଆମ ସାମ୍ନାକୁ ଆସିଛି । ତେଣୁ ରିଲାଆନ୍ସ ଇଣ୍ଡଷ୍ଟ୍ରିଜ୍ ତା’ର କର୍ମଚାରୀ ଓ ସେମାନଙ୍କ ପରିବାର ସହ ଛିଡା ହେବାକୁ ଚେଷ୍ଟା କରୁଛି   ।

  • କରୋନାରେ ମୃତ କର୍ମଚାରୀଙ୍କୁ ୫ ବର୍ଷ ଯାଏ ଦରମା
  • ପିଡୀତ ପରିବାରକୁ ଏକ କାଳୀନ ୧୦ ଲକ୍ଷ ଟଙ୍କାର ସହାୟତା ରାଶି
  • ମୃତ କର୍ମଚାରୀଙ୍କ ପିଲାମାନଙ୍କ ପାଇଁ ଗ୍ରାଜୁଏସନ୍ ଯାଏ ମାଗଣା ଶିକ୍ଷା
  • ମୃତ କର୍ମଚାରୀଙ୍କ ପରିବାର ପାଇଁ ସ୍ୱାସ୍ଥ୍ୟ ବୀମା
  • କର୍ମଚାରୀ କିମ୍ବା ପରିବାରର କେହି କରୋନାରେ ସଂକ୍ରମିତ ହେଲେ ପୁରା ସୁସ୍ଥ ହେବା ଯାଏ ଦରମା ସହିତ ଛୁଟି
  • ଅଫ୍ ରୋଲ କର୍ମଚାରୀ କରୋନାରେ ମୃତ୍ୟୁହେଲେ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା
ସମ୍ବନ୍ଧିତ ଖବର