ରାଉରକେଲା: ସୁନ୍ଦରଗଡ ଜିଲ୍ଲା ବଣାଇଁ ବ୍ଲକ ଅନ୍ତର୍ଗତ ସରସରା ଗ୍ରାମରେ ଲଗାଣ ବର୍ଷା କାନ୍ଥ ପଡିଯିବାରୁ ଚାଷୀଙ୍କର ମୃତ୍ୟୁ ହୋଇଛି l ନିଜ ପରିବା ବଗିଚା ଜଗିଥିବା ବେଳେ କାନ୍ଥ ପଡିଯାଇଥିଲା l ୧୩ ଦିନ ହେବ ସୁନ୍ଦରଗଡ଼ ଜିଲା ବଣାଇଁ ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି | ସରସରା ଗ୍ରାମରେ ରବିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି।

Advertisment

 ଗତକାଲି ରାତିରେ ପ୍ରବଳ ବର୍ଷା ଯୋଗୁ ଜଣେ ଚାଷୀ ନିଜର ପୋଟଳ ବଗିଚାର ଘରେ ଶୋଇଥିବା ବେଳେ ହଠାତ୍‌ ମାଟି କାନ୍ଥ ଧସି ଯାଇଥିଲା। ପରିଣାମ ସ୍ବରୂପ ଶୋଇଥିବା ଚାଷୀ ଦେବେନ୍ଦ୍ର ଭଇଁସା (୫୪)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏହି ଘଟଣା ଆଜି ସକାଳେ ସ୍ଥାନୀୟ ଲୋକ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରେ ଟିକାୟତପାଲି ଥାନାକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି।