ତିର୍ତ୍ତୋଲ: ଜଗତ୍ସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ବଣିତୋ ଗ୍ରାମର ଜଣେ ଚାଷୀ ରଞ୍ଜନ କୁମାର ସ୍ଵାଇଁ (୪୪)ଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଛି। ଘଟଣାରୁ ଜଣାପଡିଛି ରଞ୍ଜନ ଗତ ୨୨ ତାରିଖ ନିଜ ଚାଷଜମିରେ ଧାନ ରୋଇବାକୁ ଯାଇଥିଲେ। ଧାନରୁଆ ପୋତା ସାରି ଚାଷ ଜମିର ହିଡ ଉପରଦେଇ ଫେରୁଥିବା ବେଳେ ସେଠାରେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ିଥିଲା। ତାଙ୍କୁ ତୁରନ୍ତ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।
ତିର୍ତ୍ତୋଲ ଥାନା ଅନ୍ତର୍ଗତ ବଣିତୋ ଗ୍ରାମର ଜଣେ ଚାଷୀ ରଞ୍ଜନ କୁମାର ସ୍ଵାଇଁ (୪୪)ଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଛି। ଘଟଣାରୁ ଜଣାପଡିଛି ରଞ୍ଜନ ଗତ ୨୨ ତାରିଖ ନିଜ ଚାଷଜମିରେ ଧାନ ରୋଇବାକୁ ଯାଇଥିଲେ। ଧାନରୁଆ ପୋତା ସାରି ଚାଷ ଜମିର ହିଡ ଉପରଦେଇ ଫେରୁଥିବା ବେଳେ ସେଠାରେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ିଥିଲା।ତାଙ୍କୁ ତୁରନ୍ତ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ଏସ୍ ସି ବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସିତ ହେଉଥିବା ବେଳେ ଦୀର୍ଘ ୧୧ ଦିନ ପରେ ଅର୍ଥାତ୍ ସୋମବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି।
ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ଏସ୍ ସି ବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସିତ ହେଉଥିବା ବେଳେ ଦୀର୍ଘ ୧୧ ଦିନ ପରେ ଅର୍ଥାତ୍ ସୋମବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି।