ବାଲେଶ୍ବର: ଚାଷୀଙ୍କୁ ମିଳିଥିବା ଟୋକେନ୍ର ଅବଧି ଶେଷ ହେବାକୁ ଯାଉଥିବା ବେଳେ ପ୍ରଶାସନ ପକ୍ଷରୁ ଧାନ ଉଠାଯାଉନାହିଁ। ଏହାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏନେଇ ଆଜି ଚାଷୀମାନେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଗୁହାରି କରିବାକୁ ଆସିଥିଲେ।
ତେବେ ଆଲୋଚନା ବେଳେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସ୍ମିତା ନାୟକ କୁଆଡ଼େ ଚାଷୀଙ୍କୁ ଅଭଦ୍ର ବୋଲି କହିବାରୁ ସେଠାରେ ଉତ୍ତୋଜନା ପ୍ରକାଶ ପାଇଥିଲା। ମୁଖ୍ୟ ଯୋଗାଣ ଅଧିକାରୀ ଚାଷୀଙ୍କ ପ୍ରତି ଏଭଳି ବ୍ୟବହାର ପ୍ରଦର୍ଶନକୁ ତୀବ୍ର ବିରୋଧ କରାଯିବା ସହ ତୁରନ୍ତ କ୍ଷମା ମାଗିିବାକୁ ଦାବି କରାଯାଇଥିଲା।
ବାଲେଶ୍ବର ଜିଲ୍ଲା ରଣସାହି ପଞ୍ଚାୟତର ସରପଞ୍ଚ ସୂର୍ଯ୍ୟକାନ୍ତ ବେହେରାଙ୍କ ନେତୃତ୍ବରେ ଚାଷୀମାନେ ଶ୍ରୀମତୀ ନାୟକଙ୍କୁ ଦୀର୍ଘ ସମୟ ଧରି ଘେରାଉ କରି ରଖିଥିଲେ। ଶ୍ରୀମତୀ ନାୟକ କୋର୍ଟ କାମ ଥିବା କହି ଅଫିସରୁ ଚାଲି ଯାଇଥିବା ବେଳେ ଚାଷୀମାନେ କାର୍ଯ୍ୟାଳୟ ସମ୍ମୁଖରେ ହେହଲ୍ଲା କରୁଥିବା ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/10/strike-2026-02-10-13-35-47.jpeg)