ଏହି ସବୁ ଔଷଧୀୟ ଗଛ ଲଗାଇ ଚାଷୀ ରୋଜଗାର କରି ପାରିବେ ଲକ୍ଷାଧିକ ଟଙ୍କା

ନୂଆଦିଲ୍ଲୀ: ଭାରତରେ ୫୫ରୁ ୬୦ ପ୍ରତିଶତ ଜନସଂଖ୍ୟା ଚାଷ ଉପରେ ନର୍ଭର କରନ୍ତି। ଗତ କିଛିବର୍ଷ ମଧ୍ୟରେ ଦେଖିବାକୁ ମିଳୁଛି ପାରମ୍ପରିକଗତ ଚାଷରେ ଅଧିକ ଲାଭ ନହେବା କାରଣରୁ ଅଧିକ ଚାଷୀ ଔଷଧୀୟ ଗଛର ଚାଷ କରିବା ପାଇଁ ଆଗ୍ରହ ଦେଖାଉଛନ୍ତି। ଏଥିସହିତ ସରକାରଙ୍କ ପକ୍ଷରୁ ବି ଔଷଧୀୟ ବୃକ୍ଷକୁ ବୃଦ୍ଧି କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା କରାଯାଉଛି।

ସମଗ୍ର ଦୁନିଆରେ ଔଷଧ ମୂଲ୍ୟ ବି ବୃଦ୍ଧି ପାଇଛି। ଏହାର କାରଣ ଔଷଧ ତିଆରି ପାଇଁ ବ୍ୟବହୃତ ଔଷଧୀୟ ଗଛ ମିଳି ପାରୁନାହିଁ। ତେବେ ଏମିତି କିଛି ଔଷଧୀୟ ବୃକ୍ଷ ଅଛି ଯାହାକୁ ଚାଷ କରି ଚାଷୀ ଲକ୍ଷାଧିକ ଟଙ୍କା ରୋଜଗାର କରି ପାରୁଛନ୍ତି।

ଚାଷୀମାନେ ଲଗାଉଥିବା ଔଷଧୀୟ ଗଛ ମଧ୍ୟରେ ରହିଛି…

ଜୁଆଣୀ: ଜୁଆଣୀ ଗଛର ଶୀର୍ଷକୁ ସବୁଦିନ କାଟିବାକୁ ପଡ଼ିଥାଏ। ଏହି ଗଛରୁ ଆଣ୍ଟି-ବ୍ୟାକ୍ଟେରିଆ ଓ ଆଣ୍ଟି-ଇମ୍ପଲେମେଟରି ଗୁଣ ମିଳିଥାଏ। ପେଟ ସମସ୍ୟାକୁ ନେଇ ରକ୍ତଚାପ ଓ କୋଲେଷ୍ଟ୍ରଲ ଆଦି ପାଇଁ ଏହି ଗଛ ଲାଭଦାୟକ ହୋଇଥାଏ।

ତେଜପତ୍ର: ଭାରତୀୟଙ୍କ ଘରେ ତେଜପତ୍ରକୁ ବିଭିନ୍ନ ବ୍ୟଞ୍ଜନରେ ପ୍ରସ୍ତୁତ ପାଇଁ ବ୍ୟବହାର କରାଯାଇଥାଏ। ଅନେକ ରିସର୍ଚ୍ଚରୁ ଜଣାପଡ଼ିଛି ତେଜପତ୍ରର ବ୍ୟବହାର କର୍କଟ, ଗ୍ୟାସ ଓ ଗଣ୍ଠିବାତ ସମସ୍ୟା ପାଇଁ ରାମବାଣ ସଦୃଶ୍ୟ ହୋଇଥା ଏ।

ଧନିଆ: ଧନିଆ ପତ୍ରରେ ଭିଟାମିନ ସି, କ୍ୟାଲସିୟମ, ପ୍ରୋଟିନ, ପୋଟାସିୟମ, ଥାୟାମିନ, ନିୟାସିନ ଓ କ୍ୟାରୋଟିନ ରହିଥାଏ। ଏହାର ପତ୍ର କୋଲେଷ୍ଟ୍ରଲସ୍ତର କମ କରିଥାଏ। ଏଥିସହିତ ମୁହଁ ସମ୍ବନ୍ଧୀୟ ସମସ୍ୟାକୁ ବି ଧନିଆ ପତ୍ର ଦୂର କରିଥାଏ। ଏଥିସହିତ ଚାଷୀମାନେ ଭୁସଙ୍ଗ, ପୋଦିନା ଓ ତୁଳସୀ ଗଛକୁ ଔଷଧୀୟ ଗଛ ଭାବେ ଚାଷ କରୁଛନ୍ତି।

 

ସମ୍ବନ୍ଧିତ ଖବର