ଭୁବନେଶ୍ୱର: ଆଜି ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୪୨ ବିଧାନସଭା ଆସନ ଲାଗି ଭୋଟଗ୍ରହଣ ଶେଷ ହେବା ପରେ ବିଦାୟୀ ବିଧାନସଭାର ୧୮ ଜଣ ସଦସ୍ୟଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇଯାଇଛି। ସେମାନଙ୍କ ମଧ୍ୟରୁ ୧୫ ଜଣ ଶାସକ ବିଜୁ ଜନତା ଦଳର ସଭ୍ୟ ହୋଇଥିବା ବେଳେ ଦୁଇ ଜଣ ଭାରତୀୟ ଜନତା ପାର୍ଟିର ଏବଂ ଜଣେ ସ୍ୱାଧୀନ ବିଧାୟକ।

Advertisment

ଯେଉଁ ୧୮ ଜଣ ବିଧାୟକଙ୍କ ଭାଗ୍ୟ ଆଜି ଇଲେକ୍ଟ୍ରାନିକ୍‌ ଭୋଟିଂ ମେସିନ୍‌ରେ ବନ୍ଦ ହୋଇଛି ସେମାନେ ହେଲେ ଦେବୀ ପ୍ରସାଦ ମିଶ୍ର (ବଡମ୍ବା), ରଣେନ୍ଦ୍ର ପ୍ରତାପ ସ୍ୱାଇଁ( ଆଠଗଡ଼), ବିଭୂତି ବଳବନ୍ତରାୟ (ଜଟଣୀ), ଦେବାଶିଷ ସାମନ୍ତରାୟ(କଟକ-ବାରବାଟୀ),ସଞ୍ଜୟ ଦାସବର୍ମା(ବ୍ରହ୍ମଗିରି),ଉମାକାନ୍ତ ସାମନ୍ତରାୟ (ସତ୍ୟବାଦୀ),ପ୍ରଦୀପ ମହାରଥୀ(ପିପିଲି),ପ୍ରଶାନ୍ତ ଜଗଦେବ(ବେଗୁନିଆ),ଅରୁଣ ସାହୁ(ନୟାଗଡ),ସୀମାରାଣୀ ନାୟକ( ହିନ୍ଦୋଳ),ବ୍ରଜକିଶୋର ପ୍ରଧାନ (ତାଳଚେର), ରଜନୀକାନ୍ତ ସିଂହ(ଅନୁଗୁଳ),ରାସେଶ୍ୱରୀ ପାଣିଗ୍ରାହୀ(ସମ୍ବଲପୁର),ରୋହିତ ପୂଜାରୀ (ରେଢ଼ାଖୋଲ),ସୁଶାନ୍ତ କୁମାର ବେହେରା(ଛେଣ୍ଡିପଦା),ମହେଶ ସାହୁ(ପାଲଲ ହଡ଼ା),ନୀତିଶ ଗଙ୍ଗଦେବ(ଦେବଗଡ଼) ଏବଂ ରବି ନାୟାରଣ ନାୟକ(କୁଚିଣ୍ଡା)।

ଏମାନଙ୍କ ମଧ୍ୟରୁ ପାଲଲହଡ଼ା ଢ଼େଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଲଢିଥିବାବେଳେ ଦେବଗଡ଼ ବିଧାୟକ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ଏହାଛଡ଼ା ବାସୁଦେବପୁର ବିଧାୟକ ବିଜୟଶ୍ରୀ ରାଉତରାୟ ଏଥର ନିର୍ବାଚନ ଲଢୁନାହାନ୍ତି। ତାଙ୍କ ସ୍ଥାନରେ ତାଙ୍କ ପୁତ୍ର ବିଷ୍ଣୁବ୍ରତ ରାଉତରାୟ ଲଢ଼ିଛନ୍ତି। ସେହିପରି କଟକ-ଚୌଦାରର ବିଧାୟକ ପ୍ରଭାତ ବିଶ୍ୱାଳ ଓ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ନିଜେ ନିର୍ବାଚନ ଲଢୁ ନ ଥିଲେ ମଧ୍ୟ ସେମାନଙ୍କର ପୁତ୍ର ସୌଭିକ ବିଶ୍ୱାଳ ଓ ଦେବୀ ରଂଜନ ତ୍ରିପାଠୀ ଏଥର ଭାଗ୍ୟ ପରୀକ୍ଷା କରିଛନ୍ତି।