ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର କେତେକ ଲୋକପ୍ରିୟ ନେତାଙ୍କର ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର୍। ଏମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି କେନ୍ଦ୍ରାପଡ଼ା ଲୋକସଭାର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ବିଜୁ ଜନତା ଦଳର ପ୍ରାର୍ଥୀ ହୋଇ କେନ୍ଦ୍ରାପଡ଼ା ସାଂସଦ ବନିଥିବା ବୈଜୟନ୍ତ ଏଥର ବିଜେପି ଟିକେଟରେ ନିର୍ବାଚନ ସାମ୍ନା କରିଛନ୍ତି। ତେବେ ତାଙ୍କୁ ଟକ୍କର ଦେବା ଲାଗି ବିଜେଡି ପକ୍ଷରୁ ଅଭିନେତାରୁ ସାଂସଦ ବନିଥିବା ଅନୁଭବ ମହାନ୍ତିଙ୍କୁ ମଇଦାନକୁ ଓହ୍ଲାଯାଇଥିଲା। କେନ୍ଦ୍ରାପଡାରେ ବୈଜୟନ୍ତଙ୍କ ଭାଗ୍ୟ ପରୀକ୍ଷା ଶେଷ ହୋଇଛି।
ସେହିପରି ବିଜେପି ରାଜ୍ୟ ଉପସଭାପତି ତଥା ପୂର୍ବତନ ବିଧାୟକ ପ୍ରତାପ ଷଡ଼ଙ୍ଗୀ ପୁଣିଥରେ ବାଲେଶ୍ୱର ଲୋକସଭା ଆସନରୁ ବିଜେପିର ପ୍ରାର୍ଥୀ ହୋଇଛନ୍ତି। ତାଙ୍କର ଭାଗ୍ୟ ପରୀକ୍ଷା ବି ଶେଷ ହୋଇଛି। ଇଭିଏମରେ ବନ୍ଦ ହୋଇଛି ଭାଗ୍ୟ। ବିଜେପିର ପୁରୁଖା ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଚାନ୍ଦବାଲିରୁ ବିଧାନସଭା ପ୍ରାର୍ଥୀ ହୋଇଛନ୍ତି। ତାଙ୍କର ମଧ୍ୟ ଭାଗ୍ୟ ପରୀକ୍ଷା ଆଜି ଶେଷ ହୋଇଛି।
Hindustan Timesଅନ୍ୟପକ୍ଷରେ ବିଜେଡି ଛାଡ଼ି ବିଜେପି ଆସିଥିବା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ବସ୍ତାରୁ ଓ ଡାକ୍ତର ଦାମୋଦର ରାଉତ ବାଲିକୁଦା-ଏରସମାରୁ ବିଜେପିର ବିଧାନସଭା ପ୍ରାର୍ଥୀ ହୋଇଛନ୍ତି। ରାଜ୍ୟ ରାଜନୀତିର ଏହି ଦୁଇ ବରିଷ୍ଠ ନେତାଙ୍କ ଭାଗ୍ୟ ଆଜି ଇଭିଏମରେ ସିଲ୍ ହୋଇଛି।
ଏଥିସହ ବିଜେପିର ବରିଷ୍ଠ ନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ଭାଗ୍ୟ ମଧ୍ୟ ନିର୍ଦ୍ଧାରିତ ହୋଇଛି। ସେ ନିମାପଡ଼ାରୁ ଦଳର ବିଧାନସଭା ପ୍ରାର୍ଥୀ ହୋଇଛନ୍ତି। କଂଗ୍ରେସ ବିଧାୟକ ଥିବା ପ୍ରକାଶ ବେହେରା ଏଥର ସାଲେପୁରରୁ ବିଜେପିର ବିଧାନସଭା ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲେ। ତାଙ୍କର ଭାଗ୍ୟ ପରୀକ୍ଷା ବି ଶେଷ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/BJP-Heavy-Weight-Politician_Thumbnail.jpg)