ନୂଆଦିଲ୍ଲୀ: ଜୁଇରେ ସବୁଦିନ ପାଇଁ ଜଳିଯିବା ଆଗରୁ ଝିଅର ମନପସନ୍ଦର କେକ ଆଣିଲେ, କୋକେଇ ପାଖରେ ବେଲୁନ ରଖିଲେ ଆଉ କେକ କାଟିଲେ | କାରଣ ଦୁନିଆକୁ ବୁଝିବା ଆଗରୁ ଦୁର୍ଘଟଣା ନେଇଯାଇଥିଲା ଝିଅର ଜୀବନ | ଆଉ ଆଜି ସେହି କୁନି ଝିଅର ଥିଲା ଜନ୍ମଦିନ | ନିଜ ଜନ୍ମଦିନକୁ ନେଇ ବାପାଙ୍କ ପାଖରେ କେତେ କଣ ଅଳି କରିଥିଲା କୁନି ଝିଅ, ପାପା ମୋ ପାଇଁ କେକ ଆଣିବ ମୁଁ କାଟିବି, ମୋ ପାଇଁ ରଙ୍ଗବେରଙ୍ଗର ବେଲୁନ ବି ଆଣିବ | କିନ୍ତୁ କୁନି ଝିଅ କଣ ଜାଣିଥିଲା ଜନ୍ମଦିନକୁ ନେଇ ଦେଖୁଥିବା ସ୍ବପ୍ନ ଅଧୁରା ହୋଇ ରହିଯିବ | ମସାଣିରେ ଯେତେବେଳେ କେକ କଟାଯାଉଥିଲା ସେତେବେଳେ କେହି ହସୁନଥିଲେ ବରଂ ସମସ୍ତଙ୍କ ଆଖିରେ ଲୁହ ଜକେଇ ଆସିଥିଲା |

Advertisment

ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ କହିବୁ ଯାହାକି ଆପଣଙ୍କୁ ବି ଭାବୁକ କରିଦେବ | ବାସ୍ତବରେ ଛତିଶଗଡ଼ର କୱାର୍ଦ୍ଧାରେ ରବିବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା। କୋଲକାତାର ଏକ ପରିବାରର କାରକୁ ଏକ ଟ୍ରକ୍ ଧକ୍କା ଦେଇଥିଲା | ପରିବାର କାନ୍ହା ଜାତୀୟ ଉଦ୍ୟାନରୁ ଫେରୁଥିଲେ। ସେହି ସନ୍ଧ୍ୟାରେ ବିଳାସପୁରରୁ କୋଲକାତା ଯାଉଥିବା ସେମାନଙ୍କର ଏକ ଟ୍ରେନ୍ ଥିଲା, କିନ୍ତୁ ଏହି ଦୁର୍ଘଟଣା ସବୁକିଛି ବଦଳାଇ ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା, ଯେଉଁଥିରେ ଜଣେ କୁନି ଝିଅ ଆଦିତ୍ରୀ ଏବଂ ତାଙ୍କ ମାଆ ମଧ୍ୟ ଥିଲେ। ଗତକାଲି ସନ୍ଧ୍ୟାରେ କୱାର୍ଦ୍ଧାରେ ଆଦିତ୍ରୀ ଏବଂ ତାଙ୍କ ମାଆଙ୍କ ଶବଦାହ କରାଯାଇଥିଲା। ଯେତେବେଳେ ପିତା ପ୍ରକାଶ କଲେ ଯେ ଆଜି ତାଙ୍କ ଝିଅ ଆଦିତ୍ରୀର ଜନ୍ମଦିନ, ଉପସ୍ଥିତ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ ।

ପିତାଙ୍କ ଦୁଃଖ ଦେଖି, ଶବଦାହରେ ଯୋଗ ଦେଇଥିବା ଲୋକମାନେ ସେହି ସ୍ଥାନରେ ଜନ୍ମଦିନ ପାଳନ କରିବାର ବ୍ୟବସ୍ଥା କରିଥିଲେ। ସେମାନେ କୋକେଇକୁ ବେଲୁନରେ ସଜାଇଥିଲେ, କେକ୍ କାଟିଥିଲେ । ଏହା ଏପରି ଏକ ମୁହୂର୍ତ୍ତ ଥିଲା ଯେତେବେଳେ ସମସ୍ତଙ୍କ ଆଖିରେ ଲୁହ ଜକେଇ ଆସିଥିଲା | ସେ ତାଙ୍କ ଝିଅକୁ ଶେଷ ଜନ୍ମଦିନର ଉପହାର ଦେଇଥିଲେ।