ସୋର: ଶବ ବ୍ୟବଚ୍ଛେଦ ଘରେ ପୁଅର ଶବ ପ୍ରକୃତ ବାପାର ପରିଚୟ ଖୋଜିବା ଭଳି ଏକ ସମ୍ବେଦନଶୀଳ ଘଟଣାରେ ପୁଅର ଶବକୁ ବ୍ୟବଚ୍ଛେଦ କରି ପ୍ରକୃତ ବାପାକୁ ଶବ ହସ୍ତାନ୍ତର କରିଛି ପୁଲିସ। ଭଦ୍ରକ ଅଂଚଳର ଶୁଶିଳା ବିଶ୍ୱାଳ ସୋର ପୌରାଞ୍ଚଳ ବାଳେଶ୍ୱର ଗ୍ରାମରେ ଭଡା ଘରେ ରହୁଛନ୍ତି। ଗତକାଲି ଅପରାହ୍ଣରେ ରାଧାନାଥ ଉଚ୍ଚ ବିଦ୍ୟାପୀଠରେ ନବମ ଶ୍ରେଣୀରେ ପଢ଼ୁଥିବା ତାଙ୍କ ପୁଅ ସୌମ୍ୟରଂଜନ ବିଶ୍ୱାଳ(୧୪) ସାଙ୍ଗମାନଙ୍କ ସହ ପୋଖରୀରେ ଗାଧଉଥିବା ବେଳେ ପୋଖରିରେ ବୁଡି ମୃତ୍ୟୁବରଣ କରିଥିଲେ। ମାତ୍ର ଶବ ବ୍ୟବଛେଦ ବେଳେ ବିବାଦ ଉପୁଜିଥିଲା।
ଦୁଇଜଣ ବ୍ୟକ୍ତି ମୃତ ସୌମ୍ୟରଂଜନ କୁ ନିଜର ପୁଅ ବୋଲି ଦାବି କରିଥିଲେ। ଭଦ୍ରକ ଅଂଚଳର ବିନ୍ଦୁସଗାର ଦାସ ତାଙ୍କ ସ୍ତ୍ରୀ ଶୁଶିଳା ବିଶ୍ୱାଳ ଗତ ଚାରିବର୍ଷ ତଳେ ଧାମରା ଅଂଚଳର ଜଣେ ଯୁବକଙ୍କୁ ପ୍ରେମ କରି ଦୁଇ ପିଲାଙ୍କୁ ନେଇ ପଳାଇଯାଇଥିବା ସହ ତାଙ୍କ ପୁଅର ନାଁ ଦୀପଙ୍କର ଦାସକୁ ପରିବର୍ତନ କରି ସୌମ୍ୟରଂଜନ ବିଶ୍ୱାଳ କରାଯାଇଥିବାର ଅଭିଯୋଗ ଆଣିବା ସହିତ ଆବଶ୍ୟକୀୟ କାଗଜ ପତ୍ର ନେଇ ସୋର ଥାନାରେ ପହଞ୍ଚିଥିଲେ। ଆଜି ସକାଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ୬୭/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ସୌମ୍ୟରଂଜନର ଶବ ବ୍ୟବଚ୍ଛେଦ କରି ତାଙ୍କ ବାପା ବିନ୍ଦୁସଗାର ଦାସଙ୍କୁ ଶବ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/soro-polic-station-750x408-1.jpg)