ଘରେ ଚା’ ପିଇବା ପରେ ବାପ-ଝିଅଙ୍କର ଯନ୍ତ୍ରଣାଦାୟକ ମୃତ୍ୟୁ, ଜୀବନ ଓ ମରଣ ସହ ସଂଘର୍ଷ କରୁଛନ୍ତି ମା’

କକୌଜ: ସାଧାରଣତଃ ଲୋକମାନେ ଚା’ ପିଇ ନିଜ ଦିନର ଶୁଭାରମ୍ଭ କରି ଥାଆନ୍ତି। କିନ୍ତୁ ଚା’ ବନାଇବା ସମୟରେ ଯଦି ଏହା ବିଷାକ୍ତ ହୋଇଯାଏ ଏହାର ଭୟାବହ ପରିଣାମ ଦେଖିବକୁ ମିଳିଥାଏ। ଏମିତି ଏକ ଘଟଣା କକୌଜରେ ଦେଖିବାକୁ ମିଳିଛି।  ଚା’ ପିଇବା ପରେ ବାପା ଓ ଝିଅର ମୃତ୍ୟୁ ପରେ ମା’ର ଅବସ୍ଥା ଗମ୍ଭୀର ରହିଛି। ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ,କକୌଜ ଥାନା ତାଲଗ୍ରାମର ରନଓ୍ଵାରେ ସକାଳ ସମୟରେ ଶୋକର ଛାୟା ଖେଳି ଯାଇଥିଲା। ଏହି ଗ୍ରାମରେ ବସବାସ କରୁଥିବା ଗୋଟିଏ ପରିବାରରେ ବାପ, ମା’ ଓ ଝିଅଙ୍କ ମଧ୍ୟରୁ ବାପ ଓ ଝିଅଙ୍କ ମୃତ୍ୟୁ ହୋଇଛି। ସକାଳୁ ଉଠି ରୋଶନ୍‌ ଲାଲ ଚା’ ବନାଇଥିଲେ। ଚା’ ପିଇବା ପରେ ରୋଶନ୍‌ ଲାଲ, ପତ୍ନୀ ସଞ୍ଜୁ ଦେବୀ ଓ ତାଙ୍କର ୫ବର୍ଷ ଝିଅର ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା।

ଗ୍ରାମବାସୀ ଏହି ଘଟଣା ବିଷୟରେ ଜାଣିବା ପରେ ତୁରନ୍ତ ସମସ୍ତଙ୍କୁ  ତାଲଗ୍ରାମ ହସ୍‌ପିଟାଲରେ ଭର୍ତ୍ତି କରାଇଥିଲେ। ସେଠାରେ ଡାକ୍ତର ରୋଶନ୍‌ ଲାଲ ଏବଂ ତାଙ୍କ କନ୍ୟା ରାଧିକାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ସେହିପରି ରୋଶନ୍‌ ଲାଲଙ୍କ ପତ୍ନୀ ସଞ୍ଜୁଙ୍କ ଅବସ୍ଥା ଏବେ ଗୁରୁତର ଅଛି। ପୁଲିସ ଉପସ୍ଥିତିରେ ରୋଶନ୍‌ ଲାଲ ଏବଂ କନ୍ୟା ରାଧିକାଙ୍କ ମୁଖରୁ ଫେଣ ବାହାରୁ ଥିଲା। ସେଥିପାଇଁ ଫରେନ୍‌ସିକ୍‌ ଟିମ୍‌କୁ ଯାଞ୍ଚ ପାଇଁ ଡକା ଯାଇଛି।

ସମ୍ବନ୍ଧିତ ଖବର