କଂଗ୍ରେସ ପକ୍ଷରୁ ନିର୍ବାଚନ ମୈଦାନକୁ ଓହ୍ଲାଇଲେ ଦୁଇ ବାପ-ପୁଅ ଯୋଡ଼ି : ଭକ୍ତ ଚରଣ-ସାଗର ଓ ନରସିଂହ-ସମରେନ୍ଦ୍ର

ଭୁବନେଶ୍ବର: ଗୋଟିଏ ପରିବାରରୁ କଂଗ୍ରେସ ଜଣଙ୍କୁ  ପ୍ରାର୍ଥୀ କରିବ ବୋଲି ଦଳର ରାଜ୍ୟ ପ୍ରଭାରୀ ଘୋଷଣା କରିଥିଲେ ମଧ୍ୟ  ତାଲିକା ପ୍ରକାଶ ପାଇବା ପରେ କଂଗ୍ରେସରେ ବାପ-ପୁଅ ପ୍ରସଙ୍ଗକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କଂଗ୍ରେସ ପକ୍ଷରୁ କଳାହାଣ୍ଡି ଲୋକସଭା ଆସନରୁ  ଭକ୍ତ ଚରଣ ଦାସ  ନିର୍ବାଚନ ଲଢୁଥିବା ବେଳେ ଅନ୍ୟପଟେ ଭବାନୀପାଟଣାରୁ ଲଢିବେ ତାଙ୍କ ପୁଅ ସାଗର ଦାସ ।

ସେହିଭଳି ବଲାଙ୍ଗୀର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ଦଳ ଠିଆ କରିଥିବା ବେଳେ ବଲାଙ୍ଗୀର ଲୋକସଭା ଆସନରେ ନରସିଂହଙ୍କ ପୁଅ ସମରେନ୍ଦ୍ର ମିଶ୍ରଙ୍କୁ ଟିକେଟ୍ ଦେଇଛି ଦଳ । ତେବେ କଂଗ୍ରେସରେ  ବାପ-ପୁଅ ରାଜନୀତି ପୁଣି ଥରେ ଫେରିଥିବା କୁହାଯାଉଛି ।

ବଲାଙ୍ଗୀର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବିରୋଧୀ ଦଳର ନେତା ନରସିଂହ ମିଶ୍ରଙ୍କ ସାନ ପୁଅ ସମରେନ୍ଦ୍ର ମିଶ୍ରଙ୍କୁ ଠିଆ କରିଛି । ସମରେନ୍ଦ୍ର ଏଆଇସିସିର ସଦସ୍ୟ ଓ ପିସିସିର ବରିଷ୍ଠ ମୁଖପାତ୍ର ଅଛନ୍ତି। ୨୦୦୪ରେ ନରସିଂହ ମିଶ୍ର ନିର୍ବାଚନ ଜିତିବା ପରେ ସମରେନ୍ଦ୍ର ରାଜନୀତିରେ ଯୋଗ ଦେଇଥିଲେ। ଆଉ ସେବେଠାରୁ ନରସିଂହ ମଧ୍ୟ ପୁଅ ସମରେନ୍ଦ୍ରଙ୍କୁ ପ୍ରୋଜେକ୍ଟ୍ କରି ଆସୁଥିଲେ। କଂଗ୍ରେସର ବିଭିନ୍ନ ସମାବେଶ ଓ କାର୍ଯ୍ୟକ୍ରମ ଆୟୋଜନରେ ସମରେନ୍ଦ୍ର ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ। ଜିଲ୍ଲା ଇସ୍ତାହାର କମିଟିର ମଧ୍ୟ ସେ ସଂଯୋଜକ ଥିଲେ।

ସମ୍ବନ୍ଧିତ ଖବର