ଭୁବନେଶ୍ବର : ଶୁକ୍ରବାର (୨୦ ତାରିଖ) ସନ୍ଧ୍ୟା ୬ଟାରେ ସ୍ଥାନୀୟ ଇଡ୍କଲ୍ ଅଡିେଟାରିଅମ୍ରେ ବିଦ୍ୟାବାହିନୀ ଟ୍ରଷ୍ଟ୍, ଓଡ଼ିଶା ତରଫରୁ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଛି। ଏହି ସ୍ୱତନ୍ତ୍ର ଉତ୍ସବରେ ଯୋଗବିଦ୍ୟା ଅନ୍ଲୁଜ୍, ଇଟାଲିର ଆନ୍ତର୍ଜାତିକ ବିଶ୍ବାମିତ୍ର ପୁରସ୍କାର ୨୦୧୯ ଲାଭ କରିଥିବା ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ାର ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବ। ଇଟାଲିରେ ଅନୁଷ୍ଠିତ ପୁରସ୍କାର ପ୍ରଦାନ ଉତ୍ସବରେ ଶ୍ରୀ ପଟ୍ଟନାୟକ ଯୋଗଦେଇପାରି ନ ଥିବାରୁ ବିଶ୍ବାମିତ୍ର ପୁରସ୍କାରର ପ୍ରତିଷ୍ଠାତା ସ୍ବାମୀ ଆନନ୍ଦ ସରସ୍ବତୀଙ୍କ ସହ ଯୋଗବିଦ୍ୟା ଅନ୍ଲୁଜ୍, ଇଟାଲିର ଦୁଇ ବରେଣ୍ୟ ସଦସ୍ୟା ଷ୍ଟେଫାନିଆ ରୋସିଟୋ ଏବଂ ଲୌରା ତଲାମୌନି ଓଡ଼ିଶାରେ ସ୍ବତନ୍ତ୍ର ଉତ୍ସବ ଆୟୋଜନ କରିଛନ୍ତି। ଏହି ଉତ୍ସବରେ ପୌରୋହିତ୍ୟ କରିବେ ସ୍ବାମୀ ରାମ ସ୍ବରୂପାନନ୍ଦଜୀ। ସୂଚନାଯୋଗ୍ୟ ଯେ ଗତ ନଭେମ୍ବର ମାସରେ ଲୋକସ୍ବରର ସଶକ୍ତୀକରଣ ବିଭାଗରେ ବିଶ୍ବାମିତ୍ର ପୁରସ୍କାର ପାଇଁ ଶ୍ରୀ ପଟ୍ଟନାୟକଙ୍କ ନାମ ଘୋଷଣା କରାଯାଇଥିଲା। ସଂସ୍ଥା ପକ୍ଷରୁ କୁହାଯାଇଥିଲା, ଶ୍ରୀ ପଟ୍ଟନାୟକ ଜଣେ ବୁଦ୍ଧିଜୀବୀ ଓ ଦୂରଦ୍ରଷ୍ଟା ଭାବେ ଓଡ଼ିଶାର ଘରେ ଘରେ ପରିଚିତ। ଏକ ପ୍ରତିଷ୍ଠିତ ଗଣମାଧ୍ୟମ ଏବଂ ଆମ ଓଡ଼ିଶା ଚାରିଟେବୁଲ୍ ଟ୍ରଷ୍ଟର ସଂସ୍ଥାପକ ତଥା ଜଣେ ରାଜନେତା ଭାବେ ପ୍ରତି ଉଦ୍ୟମରେ ତାଙ୍କର ଅଙ୍ଗୀକାରବଦ୍ଧତା ପ୍ରତିଫଳିତ ହୋଇଆସୁଛି। ଓଡ଼ିଆ ଭାଷା ଓ କୃଷକଙ୍କ ଅଧିକାର ପାଇଁ ମଧ୍ୟ ତାଙ୍କ ଉଦ୍ୟମ ଅନନ୍ୟ। ଏହି ସମ୍ବର୍ଦ୍ଧନା ଉତ୍ସବରେ ବୁଦ୍ଧିଜୀବୀ ଓ ଶୁଭେଚ୍ଛୁମାନେ ଯୋଗଦେବା ପାଇଁ ବିଦ୍ୟାବାହିନୀ ଟ୍ରଷ୍ଟ ତରଫରୁ ଅନୁରୋଧ କରାଯାଇଛି।
‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ାର ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା ଆଜି
/sambad/media/post_attachments/wp-content/uploads/2019/12/ph-1fb.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)