ଦିଲ୍ଲୀ : ମହିଳା ଡାକ୍ତରଙ୍କ ଉପରେ କରୋନା ରୋଗୀଙ୍କ ଆକ୍ରମଣ, ତବଲିଗି ଜମାତ ଲୋକଙ୍କ ଉପରେ ସଂଦେହ

ନୂଆଦିଲ୍ଲୀ : କରୋନା ଭାଇରସ ବିରୁଦ୍ଧରେ ଭାରତର ଲଢେଇରେ ସ୍ୱାସ୍ଥ୍ୟକର୍ମୀମାନେ ଆଗଧାଡ଼ିରେ ରହି ଲଢୁଥ#ବାବେଳେ ସେମାନଙ୍କୁ ବିଭିନ୍ନ ସ୍ଥାନରେ ଆକ୍ରମଣ କରାଯାଉଥିବାର ଦୁର୍ଭାଗ୍ୟଜନକ ଘଟଣା ସାମନାକୁ ଆସୁଛି ।
ଆଜି ଦିଲ୍ଲୀର ଲୋକନାୟକ ଜୟପ୍ରକାଶ ନାରାୟଣ ହସପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ତାବଲିଗି ଜମାତର ଲୋକମାନେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ପରି ନିନ୍ଦନୀୟ ଘଟଣା ଜଣାପଡ଼ିଛି । ସଂପୃକ୍ତ ଡାକ୍ତର କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ତାବଲିଗି ଜମାତ ଲୋକମାନେ ମିଳିତଭାବେ ଦୁର୍ବ୍ୟବହାର କରିବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତେବେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ ସଂପୃକ୍ତ ଲୋକମାନେ କେବଳ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ, କିନ୍ତୁ ଆକ୍ରମଣ କରିନାହାନ୍ତି । ଏହି ଲୋକମାନଙ୍କ ବିରୁଦ୍ଧରେ ଏଫାଇଆର ରୁଜ୍ଜୁ ହୋଇଛି । ଘଟଣାକୁ ଦିଲ୍ଲୀ ରେସିଡେଣ୍ଟ ଡାକ୍ତର ସଂଘ ନିନ୍ଦା କରିବା ସହ ସୁରକ୍ଷା ପାଇଁ ଦାବି କରିଛି । ସଂଘ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ଡାକ୍ତରଖାନାରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀମାନଙ୍କୁ ସୁରକ୍ଷା ଉପକରଣ ଦିଆଯାଇନଥିବାରୁ ସେମାନେ ଓ୍ୱାର୍ଡ ମଧ୍ୟକୁ ପ୍ରବେଶ କରିପାରୁନାହାନ୍ତି ।
ଆଜି ମଧ୍ୟ ଉତ୍ତରପ୍ରଦେଶର ମୋରାଦାବାଦରେ ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ଉପରେ ପଥର ମାଡ଼ ହୋଇଛି । ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଏନଏସଏ ଲଗାଯାଇଛି ।

ସମ୍ବନ୍ଧିତ ଖବର