ବାରଙ୍ଗ: ଚନ୍ଦକା ଗୋଡ଼ିବାରିରେ ମାଈ ୭ ବର୍ଷର ହାତୀ ମାମାର ଅକାଳ ମୃତ୍ୟୁ ଘଟିଛି। ଅଚାନକ ଅସୁସ୍ଥ ହେବାରୁ ତାର ମୃତ୍ୟୁହୋଇଥିବା କୁହାଯାଉଛି। କାରଣ ଜାଣିବା ପାଇଁ ଶବବ୍ୟବଚ୍ଛେଦ କରାଯିବ।

Advertisment

ମାମା ୫ ମାସର ହୋଇଥିବା ବେଳେ ୨୦୧୭ ମସିହା ନଭେମ୍ବର ୩ ତାରିଖରେ ଖୋର୍ଦ୍ଧା ବନ ଖଣ୍ଡ ଅଞ୍ଚଳରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିଲା।  ମା' ଠାରୁ ଅଲଗା ହୋଇ ବୁଲୁଥିବା ବେଳେ ଉଦ୍ଧାର କରି ଅଣାଯାଇ ଥିଲା। ଚଳିତ ବର୍ଷ ମାର୍ଚ୍ଚ ମାସରେ ନନ୍ଦନକାନନରୁ ତାକୁ ଚ଼ଳକା ଗୋଡ଼ିବାରିକୁ ପଠାଯାଇଥିଲା। ସେଠାର ତାଲିମ ନେଇ ଜଙ୍ଗଲ ଜଗୁଆଳ କାର୍ଯ୍ୟ କରିବାର ଥିଲା ହେଲେ ଆଜି ସବୁଦିନ ପାଇଁ ମାମା ଆଖିବୁଜିଛି।