ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ କେପଟାଉନରେ ଖେଳାଯାଇଥିଲା | ଏହି ମ୍ୟାଚ୍ ସମୟରେ ମହମ୍ମଦ ରିଜୱାନ୍, ହରିସ୍ ରାଉଫ୍ ଏବଂ ହେନ୍ରିକ କ୍ଲାସେନଙ୍କ ମଧ୍ୟରେ ଝଗଡା ହୋଇଥିଲା | ମାମଲା ଏତେ ବଢିଗଲା ଯେ ଅମ୍ପାୟାରଙ୍କୁ ଆସି ଉଭୟଙ୍କୁ ବୁଝାଇବାକୁ ପଡିଲା। ଏକ ଭାଇରାଲ ଭିଡିଓରେ ଦାବି କରାଯାଇଛି ଯେ ଉଭୟ ଖେଳାଳି ମଧ୍ୟ ପରସ୍ପର ବିରୋଧରେ ଦୁର୍ବ୍ୟବହାର କରିଛନ୍ତି। ତେବେ ଆଇସିସି ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ବୟାନ ଦେଇନାହିଁ।
ବାସ୍ତବରେ ଗୁରୁବାର ଦିନ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଦିନିକିଆ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୩୨୯ ରନ୍ ସଂଗ୍ରହ କରିଥିଲା। ଏହି ସମୟରେ ରିଜୱାନ୍ ୮୦ ରନ୍ର ଏକ ଇନିଂସ ଖେଳିଥିଲେ। ସେ ୭ ଚୌକା ଓ ୩ ଛକା ମାରିଥିଲେ। ଯେତେବେଳେ କି ବାବର ଆଜାମ ୭୩ ରନର ଇନିଂସ ଖେଳିଥିଲେ। ପାକିସ୍ତାନ ଦେଇଥିବା ଟାର୍ଗେଟକୁ ପିଛା କରିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା ଦଳ ୨୪୮ ରନ୍ ସ୍କୋରରେ ସୀମିତ ରହି ମ୍ୟାଚ୍ ହାରିଥିଲା।
ତେବେ ଝଗଡା ହେବା ପଛର କାରଣ କଣ?
ଦକ୍ଷିଣ ଆଫ୍ରିକା ଦଳ ବ୍ୟାଟିଂ କରୁଥିଲେ। ଏହି ଇନିଂସର ୨୬ ତମ ଓଭରରେ ଝଗଡା ହୋଇଥିଲା। ବୋଲିଂ କରିବାକୁ ହରିସ୍ ରାଉଫ ଆସିଥିଲେ। ରିପୋର୍ଟ ଅନୁଯାୟୀ, ଓଭରର ଶେଷ ବଲ୍ ପରେ ରାଉଫ କିଛି କହିଥିଲେ, ଯାହା କ୍ଲାସେନ୍ ପସନ୍ଦ କରିନଥିଲେ। ଏହି ସମୟରେ ରିଜୱାନ ମଧ୍ୟ ପହଞ୍ଚିଥିଲେ ଏବଂ ମାମଲାଟି ଗୁରୁତର ହୋଇପଡିଥିଲା।
ରିଜୱାନ୍ ଏବଂ କ୍ଲାସେନଙ୍କ ମଧ୍ୟରେ ଝଗଡ଼ାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉଭୟେ ଦୁର୍ବ୍ୟବହାର କରିଥିବା ଦାବି ହେଉଛି। ଆଇସିସି ଏପର୍ଯ୍ୟନ୍ତ ଏ ବାବଦରେ କୌଣସି ପଦକ୍ଷେପ ନେଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2024/12/20/o7AchPwX5TVkUaB2tsot.jpg)