କୋଇଡ଼ା: କୋଇଡ଼ା ଖଣି ମଣ୍ଡଳ ଅଧୀନସ୍ଥ କୋଇଡ଼ା ଲୌହଖଣି ସମ୍ମୁଖରେ ଦୁଇଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ପ୍ରକାଶ ଯେ, କୋଇଡ଼ା ଲୌହଖଣି ଯାହା ପୂର୍ବରୁ ଏସେଲ୍ ମାଇନିଂ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ଅଧୀନରେ ପରିଚାଳିତ ଥିଲା। ଲିଜ୍ ଅବଧି ଶେଷ ପରେ ନୂତନ ଖଣି ନିଲାମ ପ୍ରକ୍ରିୟାରେ ଜିଭିପିଆର୍ ଇଞ୍ଜିନି୍ୟରିଂ ଲିମିଟେଡ୍ ନାମକ କମ୍ପାନି ଖଣି ହାତେଇ ଗତ ୭ ଅଗଷ୍ଟ ଖଣି ପୂଜନ ସହ କାର୍ଯ୍ୟ ଆରମ୍ଭ କରିଥିଲା। ଖଣି ଖୋଲିବା ପୂର୍ବରୁ କାର୍ଯ୍ୟରତ ଶ୍ରମିକ ସମୂହ ନିଯୁକ୍ତି ଦାବି କରି ଆସୁଥିଲେ।

Advertisment

ସ୍ଥାନୀୟ ଲୋକଙ୍କୁ ଯଥାଶୀଘ୍ର ନିଯୁକ୍ତି ପ୍ରଦାନ ନେଇ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ଵରେ ସିପିଆଇଏମ୍ ଜିଲ୍ଲା ସମ୍ପାଦକ ପ୍ରମୋଦ ସାମଲ, ରାଜ୍ୟ କମିଟି ସମ୍ପାଦକ ପ୍ରଭାତ ପଣ୍ଡା, କୋଇଡ଼ା ଜିଲ୍ଲା ପରିଷଦ ସଦସ୍ୟା ସୁଶୀଳା ମୁଣ୍ଡା ଓ ବହୁ ପଞ୍ଚାୟତର ସରପଞ୍ଚଙ୍କ ସମେତ ହଜାର ହଜାର ସିଆଇଟିୟୁ କର୍ମୀ କୋଇଡ଼ା ପଞ୍ଚାୟତ ବାଲିଜୁଡ଼ିରୁ ଶୋଭାଯାତ୍ରାରେ ଖଣି ଫାଟକ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ପୂର୍ବରୁ ବହୁ ସ୍ଥାନୀୟ କାଦୋଡିହା, ବାଲିଯୁଡି, ନୂଆଗାଁ ଗ୍ରାମର ବହୁ ପୁରୁଷ ମହିଳା ତାଙ୍କ ସମ୍ମୁଖରେ ଛିଡ଼ା ହୋଇ ରହିଥିଲେ। ସେଠାରେ କଥା କଟାକଟି ହୋଇ ଦୁଇଗୋଷ୍ଠୀଙ୍କ ମଧ୍ୟରେ ବଚସାରୁ  ଠେଲାପେଲା ହୋଇଥିଲା। ଖୋଦ୍ ବଣାଇ ଉପଖଣ୍ଡ ପୁଲିସ୍ ଅଧିକାରୀ ରାମଚନ୍ଦ୍ର ବିଶ୍ୱାଳ ଓ ସୁରକ୍ଷାରେ ଥିବା କୋଇଡ଼ା ସମେତ ଅନ୍ୟ ଥାନା ଅଧିକାରୀଗଣ, ନିୟୋଜିତ ସୁରକ୍ଷାବାହିନୀ ଉଭୟ ଗୋଷ୍ଠୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଖଣ୍ଡଯୁଦ୍ଧ ପରେ ସ୍ଥାନୀୟ ପୁରୁଷ ମହିଳା ଥାନାର ଦ୍ୱାରସ୍ଥ ହୋଇ ବିଧାୟକ ଓ କର୍ମୀଙ୍କ ବିରୋଧରେ ଏତଲା ଦେଇଥିଲେ।

ସ୍ଥାନୀୟ ଲୋକଙ୍କୁ ଯଥାଶୀଘ୍ର ନିଯୁକ୍ତି ପ୍ରଦାନ ନେଇ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ଵରେ ସିପିଆଇଏମ୍ ଜିଲ୍ଲା ସମ୍ପାଦକ ପ୍ରମୋଦ ସାମଲ, ରାଜ୍ୟ କମିଟି ସମ୍ପାଦକ ପ୍ରଭାତ ପଣ୍ଡା, କୋଇଡ଼ା ଜିଲ୍ଲା ପରିଷଦ ସଦସ୍ୟା ସୁଶୀଳା ମୁଣ୍ଡା ଓ ବହୁ ପଞ୍ଚାୟତର ସରପଞ୍ଚଙ୍କ ସମେତ ହଜାର ହଜାର ସିଆଇଟିୟୁ କର୍ମୀ କୋଇଡ଼ା ପଞ୍ଚାୟତ ବାଲିଜୁଡ଼ିରୁ ଶୋଭାଯାତ୍ରାରେ ଖଣି ଫାଟକ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ପୂର୍ବରୁ ବହୁ ସ୍ଥାନୀୟ କାଦୋଡିହା, ବାଲିଯୁଡି, ନୂଆଗାଁ ଗ୍ରାମର ବହୁ ପୁରୁଷ ମହିଳା ତାଙ୍କ ସମ୍ମୁଖରେ ଛିଡ଼ା ହୋଇ ରହିଥିଲେ। ସେଠାରେ କଥା କଟାକଟି ହୋଇ ଦୁଇଗୋଷ୍ଠୀଙ୍କ ମଧ୍ୟରେ ବଚସାରୁ  ଠେଲାପେଲା ହୋଇଥିଲା। ଖୋଦ୍ ବଣାଇ ଉପଖଣ୍ଡ ପୁଲିସ୍ ଅଧିକାରୀ ରାମଚନ୍ଦ୍ର ବିଶ୍ୱାଳ ଓ ସୁରକ୍ଷାରେ ଥିବା କୋଇଡ଼ା ସମେତ ଅନ୍ୟ ଥାନା ଅଧିକାରୀଗଣ, ନିୟୋଜିତ ସୁରକ୍ଷାବାହିନୀ ଉଭୟ ଗୋଷ୍ଠୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଖଣ୍ଡଯୁଦ୍ଧ ପରେ ସ୍ଥାନୀୟ ପୁରୁଷ ମହିଳା ଥାନାର ଦ୍ୱାରସ୍ଥ ହୋଇ ବିଧାୟକ ଓ କର୍ମୀଙ୍କ ବିରୋଧରେ ଏତଲା ଦେଇଥିଲେ। ଅନ୍ୟପଟେ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସମେତ ହଜାର ହଜାର କର୍ମୀ ଖଣିଗେଟ୍ ସମ୍ମୁଖରେ ପ୍ରତିବାଦ ସହ ଗଣଧାରଣା ଜାରି ରଖିଛନ୍ତି। ବର୍ତ୍ତମାନ ଖଣିଗୁଡ଼ିକ ସ୍ଥାନୀୟ ନିଯୁକ୍ତି କରୁନାହାନ୍ତି ସେଥିପାଇଁ ଯେତେ ପର୍ଯ୍ୟନ୍ତ ଆମ ନିଯୁକ୍ତି ଦାବି ପୂରଣ ବା କମ୍ପାନି ସହ ଚୁକ୍ତିନାମା ନ ହୋଇଛି ସେପର୍ଯ୍ୟନ୍ତ ଗଣଧାରଣା ଜାରି ରହିବ ବୋଲି ବିଧାୟକ ପ୍ରକାଶ କରିଥିଲେ।