ଗଣତି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ: ସକାଳ ୮ଟାରୁ ଗଣତି ଆରମ୍ଭ; ସମ୍ବଲପୁରରେ ସର୍ବନିମ୍ନ ୧୯ ରାଉଣ୍ଡ, ପାଟଣାଗଡ଼ରେ ସର୍ବାଧିକ ୪୯ ରାଉଣ୍ଡ ଗଣତି

୬୩ଟି କେନ୍ଦ୍ରରେ ହେବ ମତଗଣନା

ଭୁବନେଶ୍ବର: ଦିନକ ପରେ ବାହାରିବ ୨୦୧୯ ନିର୍ବାଚନ ଫଳାଫଳ । ଏ ନେଇ ଗଣତି କେନ୍ଦ୍ରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆସନ୍ତା ୨୩ ତାରିଖରେ ୧୪୬ ବିଧାନସଭା ଓ ୨୧ ଲୋକସଭା ଆସନରେ ମତଗଣନା ହେବ । ୬୩ଟି କେନ୍ଦ୍ରରେ ଭୋଟ ଗଣତି ହେବା ନେଇ କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର । ସକାଳ ୮ଟାରୁ ମତଗଣନା ଆରମ୍ଭ ହେବ । ୬ ହଜାରରୁ ଅଧିକ କର୍ମଚାରୀ ଭୋଟ ଗଣତିରେ ସାମିଲ ହେବେ । ଗତ ଥର ଅପେକ୍ଷା ଚଳିତ ଥର ୧୭୬୧ଟି ବୁଥ ବଢିଛି । ୭ଟି ଲେଖାଁଏ ଟେବୁଲରେ ଭୋଟ ଗଣତି ହେବ । ଗୋଟିଏ ଟେବୁଲରେ ୩ ଜଣ ଲେଖାଁଏ ରହିବେ । ସ୍ୱଚ୍ଛତା ଏବଂ ପାରଦର୍ଶୀତାକୁ ଅବଲମ୍ବନ କରି ନିର୍ବାଚନ ଆୟୋଗ କହିଛନ୍ତି କି, ପ୍ରତି ଟେବୁଲରେ ଜଣେ ମାଇକ୍ରୋ ଅବଜରଭର ନିୟୋଜିତ ହେବେ । ଯଦ୍ୱାରା ଭୋଟ ଗଣତିରେ କୌଣସି ଭୁଲ ଭଟକା ହେବ ନାହିଁ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

OST

ଆୟୋଗର ନିର୍ଦ୍ଦେଶ ଅନୁସାରେ, ଗୋଟିଏ କାଉଣ୍ଟିଂ ହଲରେ ସର୍ବାଧିକ ୧୪ଟି ଟେବୁଲ ହୁଏ । ତା’ ସାଙ୍ଗରେ ଗୋଟିଏ ସେଂଟ୍ରାଲ ଟେବୁଲ ମଧ୍ୟ ନିୟୋଜିତ ହୋଇଥାଏ । ଯେଉଁଥିରେ ରିଟର୍ଣ୍ଣିଂ ଅଫିସର  ଏଜେଂଟଙ୍କ ସହ ବସି ପୋଷ୍ଟାଲ୍‌ ବାଲାଟ୍‌ ଭୋଟ୍‌ ଗଣତି  କରିଥାନ୍ତି । ଏଭଳି ଭାବରେ ଗୋଟିଏ କାଉଣ୍ଟିଂ ହଲରେ ୧୫ଟି ଟେବୁଲ ନିୟୋଜିତ କରାଯାଇଥାଏ । ସେହିପରି ସମ୍ବଲପୁରରେ ସର୍ବନିମ୍ନ ଭୋଟ ଗଣତି ରାଉଣ୍ଡ ହୋଇଥିବାରୁ ଆଗ ରେଜଲ୍ଟ ଆସିପାରେ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । କାହିଁକି ନା ସମ୍ବଲପୁରରେ ସର୍ବନିମ୍ନ ୧୯ ରାଉଣ୍ଡ ଗଣତି ହେବ । ପାଟଣାଗଡ଼ରେ ସର୍ବାଧିକ ୪୯ ରାଉଣ୍ଡ ଗଣତି କରାଯିବ ।

ଚଳିତ ଥର ପ୍ରଥମ ଥର ପାଇଁ ଲକି ଡ୍ର ମାଧ୍ୟମରେ ପ୍ରତି ଆସନରେ ୫ଟି ବୁଥର ଭିଭିପାଟ୍ ଗଣତି କରାଯିବ । ଗୋଟିଏ ପରେ ଗୋଟିଏ ଭିଭିପାଟ୍ ମେସିନର ବାଲାଟ୍ ପେପର୍ ଗଣା ଯିବ । ଯେଉଁମାନେ ଗଣନା କରିବେ ସେମାନେ କେବଳ ନିଜର ବିଧାନସଭା ନିର୍ବାଚନ ମଣ୍ଡଳୀ ବିଷୟରେ ଅବଗତ ଥିବେ । ସେହି ଦିନ ତାଙ୍କୁ ତାଙ୍କର ଟେବୁଲ୍ ନମ୍ବର ବିଷୟରେ ସୂଚନା ଦିଆଯିବ । କାଉଣ୍ଟିଂ ଏଜେଣ୍ଟ ମାନେ ଭୋଟ୍ ଗଣତି କେନ୍ଦ୍ର ଭିତରକୁ କୌଣସି ଇଲୋକ୍ଟ୍ରୋନିଜ୍ ଜିନିଷ ନେଇ ପ୍ରବେଶ କରିପାରିବେ ନାହିଁ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

ସମ୍ବନ୍ଧିତ ଖବର