ବାଲିପାଟଣା: ରାଜ୍ୟର ୩୦୦ତମ ପର୍ଯ୍ୟଟନ ସ୍ଥଳୀ ବାଲିପାଟଣା ସ୍ଥିତ ପଞ୍ଚସଖା ମହାପୁରୁଷ ଶିଶୁ ଅନନ୍ତ ପୀଠର ବାବା ପର୍ଶୁରାମ ନନ୍ଦୀ ଓରଫ ଦାସଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଛି | ଏହି ଆଧ୍ୟାତ୍ମିକ ପୀଠର ପରିବେଶ ନଷ୍ଟ କରିବା ସହ ଆଧ୍ୟାତ୍ମିକ ବାତାବରଣର ପଥରୋଧ ସହ ଶ୍ରଦ୍ଧାଳୁ ଏବଂ କର୍ମକର୍ତ୍ତାଙ୍କୁ ଦୁର୍ବ୍ୟବହାର ଓ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ଏବଂ ଅବାଧ ନିଶା କାରବାର ଏବଂ ସେବନ ସୀମା ଲଂଘୁଥିବା ନେଇ ସାଙ୍ଘାତିକ ଅଭିଯୋଗ ହୋଇଛି | ଆଧାର କାର୍ଡରେ ତାଙ୍କ ନାମ ପର୍ଶୁରାମ ଦାସ ରହିଥିବା ସ୍ଥଳେ ଜମିବାଡ଼ି କାଗଜରେ ନନ୍ଦୀ ରହୁଥିବା ଅଭିଯୋଗ ହୋଇଛି |
ଆଜି ଶିଶୁ ଅନନ୍ତ ସ୍ମୃତି ସଂସଦ ସମ୍ପାଦିକା ତନୟା ଦାସ ଗୋସ୍ବାମୀ ଥାନାରେ ଏନେଇ ବାବାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି | ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ସୂର୍ଯ୍ୟାଂଶୁ ଶେଖର ପାଢ଼ୀ ସୂଚନା ଦେଇଛନ୍ତି | ପୂର୍ବରୁ ଅଭିଯୋଗ ହୋଇଥିଲେ ହେଁ ପୁଲିସ କୌଣସି ଆଖିଦୃଶିଆ ପଦକ୍ଷେପ ନ ନେବା ଯୋଗୁ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି |

ସୂଚନା ଅନୁସାରେ ବାଲିପାଟଣା ଶିଶୁମଠ ସାହିରେ ମହାପୁରୁଷ ସିଦ୍ଧସାଧକ ଶିଶୁ ଅନନ୍ତଙ୍କ ଜନ୍ମ ପୀଠ ଏବଂ ସମାଧି ପୀଠ ରହିଛି | ଶହ ଶହ ବର୍ଷ ଧରି ଜରାଜୀର୍ଣ୍ଣ ଓ ଅବହେଳିତ ଅବସ୍ଥାରେ ପଡ଼ିରହିଥିବା ମହାପୁରୁଷଙ୍କ ସମାଧି ପୀଠକୁ ରାଜ୍ୟ ପର୍ଯ୍ୟଟନ ମାନ୍ୟତା ମିଳିବା ପରେ ପରିସରରେ ବିଭିନ୍ନ ଉନ୍ନତି କରଣ କାମ ଚାଲୁ ରହିଛି | ସ୍ଥାନୀୟ ପିରିଖା ପାଟଣା ଗ୍ରାମର ବାବା ପର୍ଶୁରାମ ନନ୍ଦୀ ବହୁ ବର୍ଷ ହେଲା ପୀଠରେ ରହି ପୂଜା କରୁଥିଲେ | ନୂତନ ରାଧାକୃଷ୍ଣଙ୍କ ଭବ୍ୟ ମନ୍ଦିରରେ ପ୍ରତିଷ୍ଠା ପରେ ପୂଜାପାଠ ଲାଗି ସ୍ମୃତି ସଂସଦ ତରଫରୁ ବ୍ରାହ୍ମଣ ପୂଜକ ନିୟୋଜିତ କରାଯାଇଛି | ଏହି ଆଧ୍ୟାତ୍ମିକ ସ୍ଥଳୀକୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାଧୁସନ୍ଥ , ବୁଦ୍ଧିଜୀବୀ , ଆଧ୍ୟାତ୍ମିକ ଗବେଷକ, ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି |