ଆସିକା: ଆଜି ସକାଳେ ଆସିକାରେ ଏକ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି। ଏଠାରେ ଥିବା ଲକ୍ଷ୍ମୀ ବଜାର ପରିବା ମାର୍କେଟରେ ନିଆଁ ଲାଗି ୧୫ ଦୋକାନ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି। ତେବେ ଏହି ଅଗ୍ନିକାଣ୍ଡ କିପରି ଘଟିଲା, ତାହା ଜଣାପଡ଼ିନାହିଁ। ତେବେ ଏଥିରେ ଲକ୍ଷାଧିକ ଟଙ୍କାର ଜିନିଷ ଓ ଆସବାବପତ୍ର ନଷ୍ଟ ହୋଇଥିବାର ଆକଳନ କରାଯାଉଛି।