ଆଳି: ଆଳି ଥାନା କେନାଙ୍ଗ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ୪ ଜର୍ସି ଗାଈ ଜୀବନ୍ତ ଦଗ୍ଧ ହେବା ସହିତ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି।
କେନାଙ୍ଗ ଗ୍ରାମର ବିଦ୍ୟାଧର ବଳଙ୍କ ଗୋରୁ ଗୁହାଳରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା। ବିଳମ୍ବିତ ରାତିରେ ସମସ୍ତେ ଶୋଇଥିବାରୁ ପରିବାର ଲୋକେ ଅଗ୍ନିକାଣ୍ଡ ସମ୍ପର୍କରେ ଜାଣିପାରିନଥିଲେ। ଫଳରେ
ଗୁହାଳରେ ବନ୍ଧା ଯାଇଥିବା ୨ ଟି ଧଣୁଆ ଗାଈଙ୍କ ସମେତ ୪ ଗୋରୁ ଜୀବନ୍ତ ପୋଡ଼ି ଭସ୍ମ ହୋଇଯାଇଥିଲେ। ଏଥିସହିତ ବିଦ୍ୟାଧର ଗୁହାଳ ସଂଲଗ୍ନ ଅନ୍ୟଏକ କୋଠରୀରେ ଗଚ୍ଛିତ ରଖିଥିବା ତାଙ୍କର ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ସାମଗ୍ରୀ ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡ ଯୋଗୁଁ ଗୋପାଳନ ଓ ବ୍ୟବସାୟ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ବିଦ୍ୟାଧର ସର୍ବସ୍ବାନ୍ତ ହୋଇଯାଇଛନ୍ତି। ସର୍ବସ୍ବାନ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।
ଘଟଣାରୁ ଜଣାପଡିଛି ଯେ କେନାଙ୍ଗ ଗ୍ରାମର ବିଦ୍ୟାଧର ବଳଙ୍କ ଗୋରୁ ଗୁହାଳରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା। ବିଳମ୍ବିତ ରାତିରେ ସମସ୍ତେ ଶୋଇଥିବାରୁ ପରିବାର ଲୋକେ ଅଗ୍ନିକାଣ୍ଡ ସମ୍ପର୍କରେ ଜାଣିପାରିନଥିଲେ। ଫଳରେ
ଗୁହାଳରେ ବନ୍ଧା ଯାଇଥିବା ୨ ଟି ଧଣୁଆ ଗାଈଙ୍କ ସମେତ ୪ ଗୋରୁ ଜୀବନ୍ତ ପୋଡ଼ି ଭସ୍ମ ହୋଇଯାଇଥିଲେ। ଏଥିସହିତ ବିଦ୍ୟାଧର ଗୁହାଳ ସଂଲଗ୍ନ ଅନ୍ୟଏକ କୋଠରୀରେ ଗଚ୍ଛିତ ରଖିଥିବା ତାଙ୍କର ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ସାମଗ୍ରୀ ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି।
ଏହି ଅଗ୍ନିକାଣ୍ଡ ଯୋଗୁଁ ଗୋପାଳନ ଓ ବ୍ୟବସାୟ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ବିଦ୍ୟାଧର ସର୍ବସ୍ବାନ୍ତ ହୋଇଯାଇଛନ୍ତି। ସର୍ବସ୍ବାନ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।