ହରଭଙ୍ଗା: ହରଭଙ୍ଗା ଥାନା ଅନ୍ତର୍ଗତ ଧୂଙ୍ଗିଆମୁଣ୍ଡା ଗ୍ରାମରେ ସୋମବାର ସନ୍ଧ୍ୟାରେ ବିଦ୍ୟୁତ ସର୍ଟ ସର୍କିଟରେ ଅଗ୍ନିକାଣ୍ଡ ଘଟି ଘରେ ନିଆଁ ଲାଗିଥିଲା । ଏଥିରେ ବହୁ ଆସବାଵପତ୍ର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ ହୋଇଯାଇଥିବା ଜଣା ପଡ଼ିଛି।
ହରଭଙ୍ଗା ଥାନା ଅନ୍ତର୍ଗତ ଧୂଙ୍ଗିଆମୁଣ୍ଡା ଗ୍ରାମର ହରି ବେହେରା ଓ ତାଙ୍କ ପରିବାର ଲୋକେ ଘରେ ଥିବା ଅବସ୍ଥାରେ ହଠାତ ଘରେ ବିଦ୍ୟୁତ ସର୍ଟ ସର୍କିଟ ହୋଇ ନିଆଁ ଲାଗିଯାଇଥିଲା । କେହି କିଛି ବୁଝିବା ଆଗରୁ ନିଆଁ ପୁରା ଘରକୁ ନିଜ ଆୟତ୍ତକୁ ନେଇ ଯାଇଥିଲା । ଏହା ଦେଖି ଗ୍ରାମବାସୀ ହରି ଓ ତାଙ୍କ ପରିବାରକୁ ନିଆଁର ଆଁରୁ ଉଦ୍ଧାର କରି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲା । ଅନ୍ୟପଟେ ହରି ଓ ତାଙ୍କ ପରିବାର ଅଳ୍ପକେ ନିଆଁ ମୁହଁରୁ ବର୍ତ୍ତି ଯାଇଥିବା ବେଳେ ଘରେ ଥିବା ସମସ୍ତ ଆସବାବପତ୍ର ଓ ବର୍ଷକ ଯାକର ଅମଳ ଧାନ ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନିଆଁରେ ପଡ଼ି ନଷ୍ଟ ହୋଇଯାଇଛି । ଏବେ ପୁରା ପରିବାର ଅସହାୟ ହୋଇପଡ଼ିଥିବା ବେଳେ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
ସୂଚନା ମୁତାବକ, ହରଭଙ୍ଗା ଥାନା ଅନ୍ତର୍ଗତ ଧୂଙ୍ଗିଆମୁଣ୍ଡା ଗ୍ରାମର ହରି ବେହେରା ଓ ତାଙ୍କ ପରିବାର ଲୋକେ ଘରେ ଥିବା ଅବସ୍ଥାରେ ହଠାତ ଘରେ ବିଦ୍ୟୁତ ସର୍ଟ ସର୍କିଟ ହୋଇ ନିଆଁ ଲାଗିଯାଇଥିଲା । କେହି କିଛି ବୁଝିବା ଆଗରୁ ନିଆଁ ପୁରା ଘରକୁ ନିଜ ଆୟତ୍ତକୁ ନେଇ ଯାଇଥିଲା । ଏହା ଦେଖି ଗ୍ରାମବାସୀ ହରି ଓ ତାଙ୍କ ପରିବାରକୁ ନିଆଁର ଆଁରୁ ଉଦ୍ଧାର କରି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲା । ଅନ୍ୟପଟେ ହରି ଓ ତାଙ୍କ ପରିବାର ଅଳ୍ପକେ ନିଆଁ ମୁହଁରୁ ବର୍ତ୍ତି ଯାଇଥିବା ବେଳେ ଘରେ ଥିବା ସମସ୍ତ ଆସବାବପତ୍ର ଓ ବର୍ଷକ ଯାକର ଅମଳ ଧାନ ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନିଆଁରେ ପଡ଼ି ନଷ୍ଟ ହୋଇଯାଇଛି । ଏବେ ପୁରା ପରିବାର ଅସହାୟ ହୋଇପଡ଼ିଥିବା ବେଳେ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।