ରାଉରକେଲା: ଆଜି ଭୋର ପ୍ରାୟ ଚାରିଟାରେ ଝିରପାଣି ଥାନା ନିକଟରେ ଲାଗିଥିବା ମୀନାବଜାରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି l ଅଗ୍ନିକାଣ୍ଡରେ ୨୦ରୁ ଅଧିକ ଦୋକାନ ଜଳିପୋଡ଼ି ପାଉଁଶ ହୋଇଯାଇଛି l ସ୍କୁଟି ଓ ଅନ୍ୟ ଗାଡ଼ି ମଧ୍ୟ ଜଳି ଯାଇଛି l ଦୋକାନ ଭିତରେ ଶୋଇଥିବା କିଛି ବ୍ୟବସାୟୀ ବର୍ତ୍ତି ଯାଇଛନ୍ତି l ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି l ବିଦ୍ୟୁତ ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି l
ମେଳାରେ ରାମଦୋଳି ସହ ବିଭିନ୍ନ ପ୍ରକାର ପ୍ରାୟ ଶହେରୁ ଅଧିକ ଦୋକାନ ଗତ ଛଅ ଦିନ ପୂର୍ବରୁ ଲାଗିଥିଲା l ରାଜ୍ୟ ଓ ରାଜ୍ୟ ବାହାରୁ ଦୋକାନୀମାନେ ଆସିଛନ୍ତିl ଭୋର ପ୍ରାୟ ଚାରିଟା ଗୋଟିଏ ଦୋକାନରୁ ଧୂଆଁ ବାହାରୁଥିବା ଦେଖି ଜଣେ ବ୍ୟବସାୟୀ ପାଟି କରିଥିଲେ l ଚାଁହୁ ଚାଁହୁ ନିଆଁ ଅନ୍ୟ ଦୋକାନଗୁଡ଼ିକୁ ବ୍ୟାପି ଯାଇଥିଲା l ଅଗ୍ନିଶମ ଗାଡ଼ି ପହଞ୍ଚିବା ପୂର୍ବରୁ ୨୦ରୁ ଅଧିକ ଦୋକାନ ଜଳି ଯାଇଥିଲା ବୋଲି ଆୟୋଜକ କହିଛନ୍ତି l
ରାକ୍ଷୀ ପୂର୍ଣ୍ଣିମା ଓ ସ୍ୱାଧୀନତା ଦିବସ ପାଇଁ ଏହି ମେଳା ଲାଗିଥିଲା l ମେଳାରେ ରାମଦୋଳି ସହ ବିଭିନ୍ନ ପ୍ରକାର ପ୍ରାୟ ଶହେରୁ ଅଧିକ ଦୋକାନ ଗତ ଛଅ ଦିନ ପୂର୍ବରୁ ଲାଗିଥିଲା l ରାଜ୍ୟ ଓ ରାଜ୍ୟ ବାହାରୁ ଦୋକାନୀମାନେ ଆସିଛନ୍ତି l ଭୋର ପ୍ରାୟ ଚାରିଟା ଗୋଟିଏ ଦୋକାନରୁ ଧୂଆଁ ବାହାରୁଥିବା ଦେଖି ଜଣେ ବ୍ୟବସାୟୀ ପାଟି କରିଥିଲେ l ଚାଁହୁ ଚାଁହୁ ନିଆଁ ଅନ୍ୟ ଦୋକାନଗୁଡ଼ିକୁ ବ୍ୟାପି ଯାଇଥିଲା l ଅଗ୍ନିଶମ ଗାଡ଼ି ପହଞ୍ଚିବା ପୂର୍ବରୁ ୨୦ରୁ ଅଧିକ ଦୋକାନ ଜଳି ଯାଇଥିଲା ବୋଲି ଆୟୋଜକ କହିଛନ୍ତି l