ଭଦ୍ରକ/ବନ୍ତ: ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ୍ ଓଡଙ୍ଗ ପଞ୍ଚାୟତର ସରମରା ଗ୍ରାମରେ ଅଗ୍ନିକାଣ୍ଡ ଘଟି ୬ ପରିବାରର ୧୨ ବଖରା ଘର ଭସ୍ମୀଭୂତ ହୋଇଯାଇଛି। ବିଳମ୍ବିତ ରାତି ପ୍ରାୟ ୧୨ଟା ବେଳେ ଗ୍ୟାସ ପାଇପ ଲାଇନ୍ ଫାଟି ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡରେ ଗ୍ରାମର କାଳନ୍ଦୀ ସାହୁ, ତିଳୋତ୍ତମା ସାହୁ, ମଧୁସୂଦନ ସାହୁ, ସୁଭଦ୍ରା ସାହୁ, ହରେକୃଷ୍ଣ ସାହୁ, ଅନାମ ସାହୁଙ୍କର ୧୨ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଘରେ ଥିବା ସମସ୍ତ ଆସବାବପତ୍ର , ଲୁଗାପଟା, ବାସନକୁସନ, ଧାନ ଚାଉଳ ପୋଡ଼ି ଯାଇଛି।
କାଳନ୍ଦୀ ସାହୁଙ୍କର ଘରୁ ଅଗ୍ନିକାଣ୍ଡ ଘଟି ଏହି ଅଗ୍ନିକାଣ୍ଡର ନିଆଁ ଝୁଲ ପରେ ହରେକୃଷ୍ଣ ସାହୁଙ୍କ ଘରକୁ ଡେଇଁ ଥିଲା। ଅଗ୍ନିକାଣ୍ଡର ଭୟାବହତା ଏତେ ଥିଲା ଯେ ଲୋକେ ନିଆକୁ ଆୟତ୍ତ କରିବା ସମ୍ଭବ ହୋଇନଥିଲା। ରାତିରେ ଦମକଳ କେନ୍ଦ୍ରକୁ ଫୋନ କରାଯାଇଥିଲା ବେଳେ ଆଗରପଡ଼ା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ସବୁ କିଛି ପୋଡ଼ି ପାଉଁଶ ହୋଇଯାଇଥିଲା। ଗ୍ରାମ ଲୋକଙ୍କ ସହଯୋଗରେ ବହୁ କଷ୍ଟରେ ନିଆଁ ଲିଭାଇଥିଲ। ଗ୍ରାମର ୬ଟି ପରିବାର ସର୍ବସ୍ବାନ୍ତ ହୋଇଯାଇଥିବା ବେଳେ ଏହି ବିପନ୍ନ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।
ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ କାଳନ୍ଦୀ ସାହୁଙ୍କର ଘରୁ ଅଗ୍ନିକାଣ୍ଡ ଘଟି ଏହି ଅଗ୍ନିକାଣ୍ଡର ନିଆଁ ଝୁଲ ପରେ ହରେକୃଷ୍ଣ ସାହୁଙ୍କ ଘରକୁ ଡେଇଁ ଥିଲା। ଅଗ୍ନିକାଣ୍ଡର ଭୟାବହତା ଏତେ ଥିଲା ଯେ ଲୋକେ ନିଆକୁ ଆୟତ୍ତ କରିବା ସମ୍ଭବ ହୋଇନଥିଲା। ରାତିରେ ଦମକଳ କେନ୍ଦ୍ରକୁ ଫୋନ କରାଯାଇଥିଲା ବେଳେ ଆଗରପଡ଼ା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ସବୁ କିଛି ପୋଡ଼ି ପାଉଁଶ ହୋଇଯାଇଥିଲା। ଗ୍ରାମ ଲୋକଙ୍କ ସହଯୋଗରେ ବହୁ କଷ୍ଟରେ ନିଆଁ ଲିଭାଇଥିଲ। ଗ୍ରାମର ୬ଟି ପରିବାର ସର୍ବସ୍ବାନ୍ତ ହୋଇଯାଇଥିବା ବେଳେ ଏହି ବିପନ୍ନ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।
fire
/sambad/media/agency_attachments/2024-07-24t043029592z-sambad-original.webp)