ଯାଜପୁର: ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଛକରେ ଥିବା ଏକ ଟାୟାର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଠାରେ ନିଆଁ ଲାଗି ଜଳି ଯାଇଛି ୭୦୦ରୁ ଅଧିକ ଟାୟାର। ବିଳମ୍ବିତ ରାତିରେ ଘଟିଛି ଏହି ଅଗ୍ନିକାଣ୍ଡ। ଟାୟାର ଗୋଦାମରେ ପୁରୁଣା ଓ ନୂଆ ଟାୟାର ରହିଥିବା ବେଳେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ହୁତ୍ ହୁତ୍ ହୋଇ ଜଳିବାରେ ଲାଗିଥିଲା ଗୋଦାମ ।
ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଓ ରସୁଲପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ଉଦ୍ୟମ କରିଥିଲେ। ହେଲେ ନିଆଁର ପ୍ରକୋପ ଅଧିକ ଥିବାରୁ ବିଳମ୍ବରେ ନିଆଁକୁ ଆୟତ୍ତ କରାଯାଇଥିଲା। ଟାୟାର ଗୋଦାମରେ ନିଆଁ ଲାଗି ପାଖାପାଖି ୧୦ଲକ୍ଷ ଟଙ୍କାର ଜିନିଷ ପୋଡ଼ି ପାଉଁଶ ହୋଇଯାଇଥିବା କୁହାଯାଉଛି। ତେବେ କେଉଁ କାରଣରୁ ନିଆଁ ଲାଗିଥିଲା, ତାର କାରଣ ଏବେ ବି ଅସ୍ପଷ୍ଟ ରହିଛି।

/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/06/0huPKRbsbZfxwd8SngoU.jpg)