ବୈପାରିଗୁଡା: କୋରାପୁଟଜିଲ୍ଲା ବୈପାରିଗୁଡା ଥାନା ବଡ଼ଧରଣର ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଯାଇଛି । ବୈପାରିଗୁଡା ଥାନାରେ କୈାଣସି କାରଣରୁ ଲାଗିଲା ନିଆଁ। ଆଉ ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ। ନିଆଁ ଦାଉରୁ ବର୍ତ୍ତିଗଲା ଶହଶହ ସିଜ୍ କରାଯାଇଥିବା ଗାଡ଼ି। ଥାନା ପରିସରରେ କୈାଣସି କାରଣରୁ ନିଆଁ ଲାଗି ଯାଇଥିଲା।
ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବାବେଳେ ଥାନା ପରିସରରେ ସିଜ୍ କରାଯାଇଥିବା ଶହଶହ ଗାଡ଼ି ନିଆଁ ଦାଉରୁ ଅଳ୍ପକେ ବର୍ତ୍ତି ଯାଇଛି।
ପୁଲିସ କର୍ମଚାରୀ ପ୍ରଥମେ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଅଧିକ ମାତ୍ରାରେ ନିଆଁ ଚାରି ଆଡ଼କୁ ବ୍ୟାପିବାରେ ଲାଗିବାରୁ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବଡ଼ଧରଣର ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଛି ବୈପାରିଗୁଡା ଥାନା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/03/17/i4kVuj4Vxb3n90XE1kFT.jpg)