ଯାଜପୁର: ଚଳନ୍ତା ବସରେ ଅଗ୍ନିକାଣ୍ଡ। ଛତିଆ ସ୍ଥିତ ୧୬ନଂ ଜାତୀୟ ରାଜପଥ ଭଟିଆ ଛକ ଠାରେ ଦୁର୍ଘଟଣା। ବସଟି ବାଲେଶ୍ବରରୁ କଟକ ଅଭିମୁଖେ ଯାଉଥିବା ସୂଚନା ମିଳିଛି। ବାଇକ୍ ଆରୋହୀ ଜଣେ ପୁରୁଷ ଓ ମହିଳାଙ୍କୁ ବସଟି ଧକ୍କା ଦେଇ ଟାଣି ନେଇଥିଲା ବସଟି ବିଦ୍ୟୁତ ସଟ ସର୍କିଟ ହୋଇ ସଙ୍ଗେ ସଙ୍ଗେ ଜଳିବାରେ ଲାଗିଥିଲ।
ଘଟଣା ସ୍ଥଳରେ ବାଇକ୍ ଆରୋହୀ ମହିଳା ଓ ପୁରୁଷଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଚଣ୍ଡିଖୋଲ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବା ଜାରି ରଖିଛି। ବୈରି ପୁଲିସ ପହଞ୍ଚି ଉତ୍ତେଜନା ପୂର୍ଣ୍ଣ ୧୬ ନଂ ଜାତୀୟ ରାଜପଥକୁ ନିୟନ୍ତ୍ରଣ କରିବା ସହ ଯାତ୍ରୀମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/tAfX4nZL2NCBJ3nAKeWY.jpg)