ରାଉରକେଲା: ପ୍ଲାଣ୍ଟସାଇଟ୍ ଥାନା ଅନ୍ତର୍ଗତ ଗାନ୍ଧୀ ରୋଡର ଏକ ଗୋଦାମରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇ ଯାଇଛି। ଗତକାଲି ରାତି ପ୍ରାୟ ୩ ଟା ପାଖାପାଖି ଏହି ଗୋଦାମରେ ନିଆଁ ଲାଗିଥିଲା। ଗୋଦାମ ମଧ୍ୟରେ ପ୍ଲାଷ୍ଟିକ୍ ଏବଂ କାଗଜ ସାମଗ୍ରୀ ଆଦି ଥିବାରୁ ନିଆଁ ବ୍ୟାପି ଯାଇଥିଲା। ସ୍ଥାନୀୟ ଲୋକମାନେ ସଙ୍ଗେ ସଙ୍ଗେ ଏକତ୍ରିତ ହୋଇ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ।
ଗାନ୍ଧୀ ରୋଡର ଏକ ଗୋଦାମରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇ ଯାଇଛି। ଗତକାଲି ରାତି ପ୍ରାୟ ୩ ଟା ପାଖାପାଖି ଏହି ଗୋଦାମରେ ନିଆଁ ଲାଗିଥିଲା। ଗୋଦାମ ମଧ୍ୟରେ ପ୍ଲାଷ୍ଟିକ୍ ଏବଂ କାଗଜ ସାମଗ୍ରୀ ଆଦି ଥିବାରୁ ନିଆଁ ବ୍ୟାପି ଯାଇଥିଲା। ସ୍ଥାନୀୟ ଲୋକମାନେ ସଙ୍ଗେ ସଙ୍ଗେ ଏକତ୍ରିତ ହୋଇ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ଖବର ପାଇ ଓଡ଼ିଶା ଅଗ୍ନିଶମ ବିଭାଗର ୪ ଟି ଗାଡ଼ି ଆସି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି। ଏପର୍ଯ୍ୟନ୍ତ ନିଆଁ ସମ୍ପୂର୍ଣ ନିୟନ୍ତ୍ରଣ କୁ ଆସି ପାରିନାହିଁ।
ଖବର ପାଇ ଓଡ଼ିଶା ଅଗ୍ନିଶମ ବିଭାଗର ୪ ଟି ଗାଡ଼ି ଆସି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି। ଏପର୍ଯ୍ୟନ୍ତ ନିଆଁ ସମ୍ପୂର୍ଣ ନିୟନ୍ତ୍ରଣ କୁ ଆସି ପାରିନାହିଁ। ସ୍ଥାନୀୟ ଲୋକ ଏବଂ ଅଗ୍ନିଶମ ବିଭାଗର ତତ୍ପରତା ଯୋଗୁଁ ଏକ ବଡ଼ ଧରଣର ଅଗ୍ନିକାଣ୍ଡ କୁ ନିୟନ୍ତ୍ରଣ କରା ଯାଇପାରିଛି। ଅଗ୍ନିକାଣ୍ଡର କାରଣ ଜଣା ପଡି ନଥିଲେ ମଧ୍ୟ ସର୍ଟ ସର୍କଟ୍ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।