ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ମାଟାପାକା ପଞ୍ଚାୟତର କତାମାଟେରୁ ନିକଟସ୍ଥ ସବେରୀ ନଦୀରେ ଫସିଛନ୍ତି ଯୁବକ। ଗତ ୨୪ ଘଣ୍ଟା ହେଲା ଯୁବକ ନଦୀ ମଝିରେ ଫସି ରହିଛନ୍ତି। ଆଜି ସକାଳୁ ସ୍ଥାନୀୟ ଲୋକେ ଖବର ପାଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ମାଲକାନଗିରି ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ଛତିଶଗଡ଼ର ସୁକମା ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଲାଗିପଡିଛନ୍ତି। ନଦୀରେ ପାଣିର ସ୍ରୋତ ପ୍ରଖର ଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଥିବା କର୍ମଚାରୀ କହିଛନ୍ତି।
ଗତକାଲି କତାମାଟେରୁ ଗ୍ରାମର ଇର୍ମା ସୋଡି ଏକ ଦେଶୀ ଡଙ୍ଗା ନେଇ ଛତିଶଗଡ଼ର ସୁକମା ଜିଲ୍ଲାର କୌଣସି ଏକ ଗ୍ରାମକୁ ଯାଇଥିଲେ। ଫେରିବା ସମୟରେ ପାଣିର ସ୍ରୋତ ବଡ଼ିବାରୁ ଡଙ୍ଗା ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା। ତେବେ ଇର୍ମା କୌଣସି ପ୍ରକାରେ ଏକ ଗଛ ଡାଳକୁ ଧରି ବଞ୍ଚିଯାଇଥିଲେ। ପରେ ସେ ଗୋଟିଏ ପଥର ଉପରେ ଛିଡ଼ା ହୋଇ ରହିଛନ୍ତି। ଇର୍ମାଙ୍କୁ ବଞ୍ଚାଇବା ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ଅପେରସନ ଚାଲିଛି।
ଘଟଣା ଅନୁଯାୟୀ, ଗତକାଲି କତାମାଟେରୁ ଗ୍ରାମର ଇର୍ମା ସୋଡି ଏକ ଦେଶୀ ଡଙ୍ଗା ନେଇ ଛତିଶଗଡ଼ର ସୁକମା ଜିଲ୍ଲାର କୌଣସି ଏକ ଗ୍ରାମକୁ ଯାଇଥିଲେ। ଫେରିବା ସମୟରେ ପାଣିର ସ୍ରୋତ ବଡ଼ିବାରୁ ଡଙ୍ଗା ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା। ତେବେ ଇର୍ମା କୌଣସି ପ୍ରକାରେ ଏକ ଗଛ ଡାଳକୁ ଧରି ବଞ୍ଚିଯାଇଥିଲେ। ପରେ ସେ ଗୋଟିଏ ପଥର ଉପରେ ଛିଡ଼ା ହୋଇ ରହିଛନ୍ତି। ଇର୍ମାଙ୍କୁ ବଞ୍ଚାଇବା ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ଅପେରସନ ଚାଲିଛି।