ଯାଜପୁର: ବାଣ ବିସ୍ପୋରଣରେ ଉଡ଼ିଗଲା ଘର | ଯାଜପୁର ଟାଉନ ଥାନା ଅନ୍ତର୍ଗତ ବାସୁଦେବପୁର ପଂଚାୟତ ଜାଲପୁରରେ ଏଭଳି ଘଟଣା ଘଟିଛି | ଏହି ଘଟଣାରେ ୪ ଗୁରୁତର ହୋଇଥିବାବେଳେ ସମସ୍ତଙ୍କୁ ଯଜାତି କେଶରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ବେଆଇନ ଭାବେ ବାଣ ଭିଡୁଥିବା ବେଳେ ଏହି ବିସ୍ଫୋରଣ ଘଟିଛି । ମିଳିଥିବା ସୂଚନା ମୁତାବକ ଯାଜପୁର ଟାଉନ ଥାନା ଅନ୍ତର୍ଗତ ବାସୁଦେବପୁର ପଂଚାୟତ ଜାଲପୁର ଗାଁରେ ନଳିନୀ ପତିଙ୍କ ଘରେ ୪/୫ ଜଣ ଶ୍ରମିକ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ହୋଇଛି। ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ ଘରର ଛାତ ଉଡିଯାଇଥିଲା | ଏନେଇ ଜଣାପଡିବା ପରେ ସ୍ଥାନୀୟ ଲୋକମାନେ ଗୁରୁତର ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି | ବର୍ତ୍ତମାନ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି |
ବାଣ ବିସ୍ପୋରଣରେ ଉଡ଼ିଗଲା ଘର
ବାଣ ବିସ୍ପୋରଣରେ ଉଡ଼ିଗଲା ଘର | ଯାଜପୁର ଟାଉନ ଥାନା ଅନ୍ତର୍ଗତ ବାସୁଦେବପୁର ପଂଚାୟତ ଜାଲପୁରରେ ଏଭଳି ଘଟଣା ଘଟିଛି | ଏହି ଘଟଣାରେ ୪ ଗୁରୁତର ହୋଇଥିବାବେଳେ ସମସ୍ତଙ୍କୁ ଯଜାତି କେଶରୀ ମେଡିକାଲରେ ଭର୍ତ୍ତି କରାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)