ଝାରସୁଗୁଡ଼ା: ଝାରସୁଗୁଡ଼ା ରେଲୱେ କଲୋନୀରେ ଗୁଳିମାଡ଼। ରାତି ପ୍ରାୟ ୩ଟା ବେଳେ ଦଶରଥୀ ସୁନାଙ୍କ ଘର ସମ୍ମୁଖରେ କେହି ଦୁର୍ବୃତ୍ତ ପହଞ୍ଚି କବାଟ ଖୋଲିବାକୁ କହିଥିଲେ। ଏହି ସମୟରେ ଶ୍ରୀ ସୁନାଙ୍କ ମା କେବଳ ଘରେ ଶୋଇଥିଲେ। ତେବେ ଦୁର୍ବୃତ୍ତମାନେ ଦଶରଥୀଙ୍କୁ ନପାଇ ଉତ୍ୟକ୍ତ ହୋଇ ତାଙ୍କ ଘର ଉପରକୁ ୬ ରାଉଣ୍ଡ ଗୁଳିମାଡ଼ କରିବା ପରେ ଫେରାର ହୋଇଯାଇଥିବା ଜଣାପଡିଛି। ଗୁଳିଗୁଡିକ ଶ୍ରୀ ସୁନାଙ୍କ ଘର କବାଟ ଭେଦ କରି ଭିତରେ ପଶିବା ସହ କେଉଁଠି କାନ୍ଥରେ ତ କେଉଁଠି କୁଲରରେ ବାଜିଥିଲା।
ଦୁର୍ବୃତ୍ତମାନେ ଦଶରଥୀଙ୍କୁ ନପାଇ ଉତ୍ୟକ୍ତ ହୋଇ ତାଙ୍କ ଘର ଉପରକୁ ୬ ରାଉଣ୍ଡ ଗୁଳିମାଡ଼ କରିବା ପରେ ଫେରାର ହୋଇଯାଇଥିବା ଜଣାପଡିଛି। ଗୁଳିଗୁଡିକ ଶ୍ରୀ ସୁନାଙ୍କ ଘର କବାଟ ଭେଦ କରି ଭିତରେ ପଶିବା ସହ କେଉଁଠି କାନ୍ଥରେ ତ କେଉଁଠି କୁଲରରେ ବାଜିଥିଲା। ସୂଚନା ପାଇ ଜିଆରପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିବା ବେଳେ ଗୁଳି ଓ ଖୋକା ଜବତ କରିଛି। ତେବେ ଗତକାଲି ଥିବା ଗଣେଶ ପୂଜା ଭସାଣରେ ହୋଇଥିବା ବଚସାକୁ କେନ୍ଦ୍ର କରି ଏହି କାଣ୍ଡ ହୋଇଥାଇପାରେ ବୋଲି ପୁଲିସ ଆଶଙ୍କା କରୁଛି।
ସୂଚନା ପାଇ ଜିଆରପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିବା ବେଳେ ଗୁଳି ଓ ଖୋକା ଜବତ କରିଛି। ତେବେ ଗତକାଲି ଥିବା ଗଣେଶ ପୂଜା ଭସାଣରେ ହୋଇଥିବା ବଚସାକୁ କେନ୍ଦ୍ର କରି ଏହି କାଣ୍ଡ ହୋଇଥାଇପାରେ ବୋଲି ପୁଲିସ ଆଶଙ୍କା କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/07/untitled-2025-09-07-08-48-06.png)