ରାଉରକେଲା: ରାଉରକେଲାରେ ଗୁଳିକାଣ୍ଡ ଘଟିଛିl ରଘୁନାଥପଲ୍ଲୀ ଦେଓଗାଁ ଅଞ୍ଚଳରେ ଥିବା ମା ତାରିଣୀ ଢାବାରେ ଗତକାଲି ରାତିରେ ଗୁଳିକାଣ୍ଡ ଘଟିଥିଲା l ପୂର୍ବ ଶତ୍ରୁତାକୁନେଇ ଗୁଳିକାଣ୍ଡ ଘଟିଥିବା ଜଣା ପଡ଼ିଛି l
ତିନିଜଣ ଯୁବକ ହାତରେ ବନ୍ଧୁକ ଓ ଭୁଜାଲି ଧରି ଦିବ୍ୟରଞ୍ଜନ ନାମକ ଜଣେ ଯୁବକଙ୍କୁ ଗୋଡ଼ାଇଥିଲେ l ଦିବ୍ୟ ଢ଼ାବା ଭିତରକୁ ପଶିଯିବ ପରେ ତିନି ଯୁବକଙ୍କ ମଧ୍ୟରୁ ଜଣେ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା l ତେବେ କେଉଁ କାରଣ ପାଇଁ ଏହି ଗୁଳିକାଣ୍ଡ ଘଟିଛି, ସେନେଇ ସ୍ପଷ୍ଟ ସୂଚନା ମିଳିନ ଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ଗୁଳିକାଣ୍ଡ ଘଟିଥିବା ଜଣା ପଡ଼ିଛି l ଘଟଣା ସ୍ଥଳରୁ ପୁଲିସ ଗୋଟିଏ ଖୋକା ଜବତ କରିବା ସହ ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚାଉଚରା କରୁଛି।ତେବେ ଗୁଳିକାଣ୍ଡ ରେ କାହାର କିଛି ହୋଇନଥିବା ସୂଚନା ରହିଛି। ଘଟଣାକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି l
ସୂଚନା ଅନୁଯାୟୀ, ତିନିଜଣ ଯୁବକ ହାତରେ ବନ୍ଧୁକ ଓ ଭୁଜାଲି ଧରି ଦିବ୍ୟରଞ୍ଜନ ନାମକ ଜଣେ ଯୁବକଙ୍କୁ ଗୋଡ଼ାଇଥିଲେ l ଦିବ୍ୟ ଢ଼ାବା ଭିତରକୁ ପଶିଯିବ ପରେ ତିନି ଯୁବକଙ୍କ ମଧ୍ୟରୁ ଜଣେ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା l ତେବେ କେଉଁ କାରଣ ପାଇଁ ଏହି ଗୁଳିକାଣ୍ଡ ଘଟିଛି, ସେନେଇ ସ୍ପଷ୍ଟ ସୂଚନା ମିଳିନ ଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ଗୁଳିକାଣ୍ଡ ଘଟିଥିବା ଜଣା ପଡ଼ିଛି l ଘଟଣା ସ୍ଥଳରୁ ପୁଲିସ ଗୋଟିଏ ଖୋକା ଜବତ କରିବା ସହ ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚାଉଚରା କରୁଛି।ତେବେ ଗୁଳିକାଣ୍ଡ ରେ କାହାର କିଛି ହୋଇନଥିବା ସୂଚନା ରହିଛି। ଘଟଣାକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି l
crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/03/28/oNajha61bhIDfJuViGuA.jpg)