ରାଉରକେଲା/ବନ୍ଧମୁଣ୍ଡା: ଗତକାଲି ସଂଧ୍ୟାରେ ବନ୍ଧମୁଣ୍ଡା ‘ଡି’ ସେକ୍ଟର ଡାକଘର ଛକରେ ଫି‌ଟ୍‌ନେସ୍‌ ଟ୍ରେନର ସାମଲ ସରକାର (୨୫)ଙ୍କୁ ଗୁଳିମାଡ଼ ହୋଇଛି। ସାମଲ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିଲାବେଳେ ତାଙ୍କ ପେଟରେ ଗୁଳି ବାଜିଥିବା ଜଣାପଡିଛି। କେବଳ ଏତିକି ନୁହେଁ ତିନି ଅଜ୍ଞାତ ଯୁବକ ‌ସାମଲଙ୍କୁ ଛୁରା ଆକ୍ରମଣ ମଧ୍ୟ କରିଛନ୍ତି। ଗୁଳି ମାଡ଼ର କାରଣ ଅସ୍ପଷ୍ଟ ରହିଛି। ପୂର୍ବ ଶତ୍ରୁତା ନା ଅନ୍ୟ କୌଣସି କାରଣରୁ ସାମଲଙ୍କୁ ଗୁଳି ମାଡ଼ କରାଯାଇଛି ଅନୁମାନ କରାଯାଉଛି। ସାମଲଙ୍କୁ ବନ୍ଧମୁଣ୍ଡା ରେଳବାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

Advertisment

ବନ୍ଧମୁଣ୍ଡା ଡିଜେଲ କଲୋନିର ସାମଲ ସରକାର ସେକ୍ଟର ‘ସି’ ଫିଟ୍‌ନେସ୍‌ ପାର୍କରେ ପିଲାମାନଙ୍କୁ ଫିଟ୍‌ନେସ୍‌ ତାଲିମ ଦେଇଥାନ୍ତି। ସଂଧ୍ୟାରେ ଫିଟ୍‌ନେସ୍‌ ପାର୍କରେ ପିଲାମାନଙ୍କୁ ତାଲିମ୍‌ ଦେଉଥିଲେ। ହଠାତ୍‌ ତିନି ଅଜ୍ଞାତ ଯୁବକ ପାର୍କ ଭିତରେ ପଶି ସାମଲଙ୍କ ସହ ପାଟିତୁଣ୍ଡ କରିଥିଲେ। କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ବଢ଼ିଥିଲା। ସାମଲ ତିନି ଯୁବକଙ୍କୁ ପାର୍କରୁ ଚାଲିଯିବାକୁ କହିଥିଲେ। ବନ୍ଧମୁଣ୍ଡା ‘ଡି’ ବ୍ଲକ ଡାକଘର ଛକ ନିକଟରେ ତିନି ଅଜ୍ଞାତ ଯୁବକ ସାମଲଙ୍କୁ ଠେ‌ଲାପେଲା କରିବା ସହ ମାଡ଼ ମାରିଥିଲେ। ବିରୋଧ କରିବାରୁ ତିନି ଯୁବକଙ୍କ ମଧ୍ୟରୁ ପକେଟ୍‌ରୁ ପିସ୍ତଲ ବାହାର କରି ଗୁଳି ଚଳାଇଥିଲେ। ଗୁଳିଟି ତାଙ୍କ ପେଟ୍‌ରେ ବାଜି ଚାଲିଯାଇଥିଲା। ସାମଲ ଗୁରୁତର ହୋଇ ତଳେ ପଡିଯିବା ପରେ ତିନି ଅଜ୍ଞାତ ଯୁବକ ସେଠାରୁ ଫେରାର ହୋଇଯାଇଥିଲେ।

ସାମଲଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ବନ୍ଧମୁଣ୍ଡା ଡିଜେଲ କଲୋନିର ସାମଲ ସରକାର ସେକ୍ଟର ‘ସି’ ଫିଟ୍‌ନେସ୍‌ ପାର୍କରେ ପିଲାମାନଙ୍କୁ ଫିଟ୍‌ନେସ୍‌ ତାଲିମ ଦେଇଥାନ୍ତି। ସଂଧ୍ୟାରେ ଫିଟ୍‌ନେସ୍‌ ପାର୍କରେ ପିଲାମାନଙ୍କୁ ତାଲିମ୍‌ ଦେଉଥିଲେ। ହଠାତ୍‌ ତିନି ଅଜ୍ଞାତ ଯୁବକ ପାର୍କ ଭିତରେ ପଶି ସାମଲଙ୍କ ସହ ପାଟିତୁଣ୍ଡ କରିଥିଲେ। କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ବଢ଼ିଥିଲା। ସାମଲ ତିନି ଯୁବକଙ୍କୁ ପାର୍କରୁ ଚାଲିଯିବାକୁ କହିଥିଲେ। ବନ୍ଧମୁଣ୍ଡା ‘ଡି’ ବ୍ଲକ ଡାକଘର ଛକ ନିକଟରେ ତିନି ଅଜ୍ଞାତ ଯୁବକ ସାମଲଙ୍କୁ ଠେ‌ଲାପେଲା କରିବା ସହ ମାଡ଼ ମାରିଥିଲେ। ବିରୋଧ କରିବାରୁ ତିନି ଯୁବକଙ୍କ ମଧ୍ୟରୁ ପକେଟ୍‌ରୁ ପିସ୍ତଲ ବାହାର କରି ଗୁଳି ଚଳାଇଥିଲେ। ଗୁଳିଟି ତାଙ୍କ ପେଟ୍‌ରେ ବାଜି ଚାଲିଯାଇଥିଲା। ସାମଲ ଗୁରୁତର ହୋଇ ତଳେ ପଡିଯିବା ପରେ ତିନି ଅଜ୍ଞାତ ଯୁବକ ସେଠାରୁ ଫେରାର ହୋଇଯାଇଥିଲେ।