ଝାଡ଼ଖଣ୍ଡରେ କୋଭିଡ୍-୧୯ଜନିତ ପ୍ରଥମ ମୃତ୍ୟୁ

ବୋକାରୋ: ବୋକାରୋ ଠାରେ ଗୁରୁବାର ଦିନ ଜଣେ ୭୨ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହେଉଛି ଝାଡ଼ଖଣ୍ଡରେ କରୋନାଭାଇରସ୍ ମହାମାରୀଜନିତ ପ୍ରଥମ ମୃତ୍ୟୁ । ଏହାକୁ ମିଶାଇ ଇସ୍ପାତ ନଗରୀ ବୋକାରୋରେ କୋଭିଡ୍-୧୯ ପଜିଟିଭ୍ ସଂଖ୍ୟା ୫କୁ ବୃଦ୍ଧି ପାଇଛି ।

ପ୍ରାପ୍ତ ତଥ୍ୟ ଅନୁସାରେ, ମୃତ ୭୨ ବର୍ଷିୟ ବ୍ୟକ୍ତିଜଣକ ଥିଲେ କରୋନାଭାଇରସ୍ ସଂକ୍ରମିତ ପରିବାର ସଦସ୍ୟ । ପୂର୍ବରୁ ଉକ୍ତ ପରିବାରର ଚାରିଜଣ ବ୍ୟକ୍ତି କୋଭିଡ୍-୧୯ ପଜିଟିଭ୍ ବୋଲି ପରୀକ୍ଷାରୁ ଜଣାପଡ଼ିଥିଲା । ବୋକାରୋ ଜିଲ୍ଲା ଅନ୍ତର୍ଗତ ଗୁମିଆ ବ୍ଲକରେ ଉକ୍ତ ପରିବାର ବାସ କରନ୍ତି ।

ବୋକାରୋର ଚିଫ୍ ଡିଷ୍ଟ୍ରିକ୍ଟ୍ ମେଡିକାଲ୍ ଅଫିସର୍ ଅଶୋକ କୁମାର ପାଠକ କହିଛନ୍ତି ଯେ ରୋଗୀଟି ବୁଧବାର ରାତିରେ ପ୍ରାଣତ୍ୟାଗ କରିଛି ।
ଏପ୍ରିଲ୍ ୫ ତାରିଖ ଦିନ ତାଙ୍କ ଠାରେ କରୋନାଭାଇରସ୍ ଲକ୍ଷଣ ପ୍ରକାଶ ପାଇବା ପରେ ତାଙ୍କୁ ଏକ ଡାକ୍ତରଖାନାର ଆସୋଲେସନ୍ ୱାର୍ଡରେ ରଖାଯାଇଥିଲା । ସେ କୋଭିଡ୍-୧୯ ଆକ୍ରାନ୍ତ ବୋଲି ପରେ ପରୀକ୍ଷାରୁ ଜଣାପଡ଼ିଲା ।

ସମ୍ବନ୍ଧିତ ଖବର