ସୁସ୍ଥ ହେଲେ ହରିଆଣାର ପିଜିଆଇଏମ୍‌ଇଆର୍‌ରେ ପ୍ଲାଜମା ଥେରାପିରେ ଥିବା ପ୍ରଥମ କରୋନା ଆକ୍ରାନ୍ତ

ଚଣ୍ଡିଗଡ଼: ‌କୋଭିଡ୍‌-୧୯ ଆକ୍ରାନ୍ତ ହୋଇ ପ୍ଲାଜମା ଥେରାପି ଚିିକିତ୍ସା ଦିଆ ଯାଉଥିବା ହରିଆଣାର ୬୦ ବର୍ଷିଅ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ପୋଷ୍ଟ୍‌ ଗ୍ରାଜୁଏଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ଏଜୁକେସନ୍‌ ଆଣ୍ଡ୍‌ ରିସର୍ଚ(ପିଜିଆଇଏମ୍‌ଇଆର୍‌) ରେ ଚିକିତ୍ସିତ ହେଉଥିବା ଏହି ଆକ୍ରାନ୍ତଙ୍କୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରି ଦିଆଯାଇଛି। ପ୍ଲାଜ୍‌ମା ଥେରାପିରେରେ ଚିକିତ୍ସିତ ହୋଇ ସୁସ୍ଥ ହେବାରେ ସେ ହରିଆଣାର ପିଜିଆଇଏମ୍‌ଇଆର୍‌ର ପ୍ରଥମ ଆକ୍ରାନ୍ତ।

ପିଜିଆଇଏମ୍‌ଇଆର୍‌ର ଇଣ୍ଟର୍‌ନାଲ ମେଡିସିନ୍‌ ବିଭାଗର ପଙ୍କଜ ମଲହୋତ୍ରା କହନ୍ତି, ‘ହରିଆଣାର କୁରୁକ୍ଷେତ୍ରର ଏହିି ବାସିନ୍ଦା ଜଣକ ଗୁରୁତର ଅବସ୍ଥାକୁ ପଳାଇ ଆସିଥିଲେ। ତାଙ୍କୁ ଅକ୍ସିଜେନ୍‌ ଥେରାପି ଦେବା ଦରକାର ପଡୁଥିଲା। ତାଙ୍କୁ ପ୍ଲାଜ୍‌ମା ଥେରାପି ଦିଆଯିବା ପରେ ୩ ଦିନ ମଧ୍ୟରେ ଅକ୍ସିିଜେନ୍‌ ଥେରାପି ବନ୍ଦ କରି ଦିଆଗଲା। ଧୀରେ ଧୀରେ ତାଙ୍କ ଅବସ୍ଥାରେ ସୁଧାର ଆସିଲା। ପ୍ଲାଜ୍‌ମା ଥେରାପି ପରୀକ୍ଷା କରିବା ପାଇଁ ଆଇସିଏମ୍‌ଆର୍‌ର ଥିବା କେତୋଟି କେନ୍ଦ୍ର ମଧ୍ୟରୁ ପିଜିଆଇଏମ୍‌ଇଆର୍ ଅନ୍ୟତମ।’

The Financial Express

ତେବେ ପ୍ଲାଜମା ଥେରାପି ପାଇଁ ପିଜିଆଇଏମ୍‌ଇଆଆର୍‌କୁ ‌ମେ ୯ ତରିଖରେ‌ ପ୍ରଥମ ଆକ୍ରାନ୍ତଙ୍କୁ ଦିଆ ଯାଇଥିଲା। ପ୍ଲାଜମା ‌‌ଥେରାପି ପାଇଁ ଉପଯୁକ୍ତ ପ୍ରଥମ ଆକ୍ରାନ୍ତଙ୍କୁ ଜୁନ୍‌ ପହିଲା‌ରେ ପିଜିଆଇଏମ୍‌ଇଆର୍‌ରେ ଭର୍ତ୍ତି କରାଯାଇଥିଲା

ଆକ୍ରାନ୍ତ ଜଣକ ସୁସ୍ଥ ହୋଇ ଡିସ୍‌ଚାର୍ଜ ହେବା ପରେ ପିଜିଆଇଏମ୍‌ଇଆରର ନିର୍ଦ୍ଦେଶକ ଜଗତ ରାମ କହନ୍ତି, ‘ଏହା ଆମ ପାଇଁ ଏକ ପ୍ରେରଣାଦାୟକ କଥା। ସଫଳତା ପାଇଁ ପୂରା ଟିମ୍‌ ଦିନ ରାତି ଏକାଠି କରି ଅକ୍ଳାନ୍ତ ପରଶ୍ରମ କରିଥିଲେ।’

ସମ୍ବନ୍ଧିତ ଖବର