ନିର୍ବାଚନ ପୂର୍ବରୁ ହିଁ  ବିଜୟ ଖାତା ଖୋଲିଲା ବିଜେପି, ଅରୁଣାଚଳ ପ୍ରଦେଶର ଆଲୋ ଇଷ୍ଟ ବିଧାନସଭା ଆସନରୁ ନିର୍ବିରୋଧ ନିର୍ବାଚିତ ହେଲେ ଦଳୀୟ ପ୍ରାର୍ଥୀ

ଇଟାନଗର :  ଆଗାମୀ ନିର୍ବାଚନ ପାଇଁ ଦେଶରେ ରାଜନୈତିକ ଉଷ୍ମତା ଚରମ ସୀମାରେ ପହଞ୍ଚିଲାଣି । ୪୦ ଡିଗ୍ରୀ ଖରାରେ ମଧ୍ୟ ନେତାମାନେ ବୁଲି ବୁଲି ପ୍ରଚାର କରୁଛନ୍ତି । ବିଜୟ ପାଇଁ ସବୁ ରାଜନୈତିକ ଦଳଙ୍କ ମଧ୍ୟରେ ତଣ୍ଟି କଟା ପ୍ରତିଦ୍ବନ୍ଦିତା ଆରମ୍ଭ ହୋଇଯାଇଛି । ତେବେ ନିର୍ବାଚନ ଆହୁରି କିଛି ସପ୍ତାହ ଥିବାବେଳେ  ବିଜେପିର ଜଣେ ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯାଇଛି । ତାଙ୍କ ନାଁ ହେଉଛି  କେଣ୍ଟୋ ଜିନି । ସେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ଆଲୋ ଇଷ୍ଟ ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି । ଏହା ପାଇଁ ମନୋନୟନ ପତ୍ର ଦାଖଲର ଶେଷ ତାରିଖ ଥିଲା ୨୫ ମାର୍ଚ୍ଚ । କିନ୍ତୁ ଏହି ତାରିଖ ସୁଦ୍ଧା କେବଳ ତାଙ୍କର ହିଁ ମନୋନୟନ ପତ୍ର ବୈଧ ଥିଲା । ଏଣୁ ନିର୍ବାଚନ ଆୟୋଗ ତାଙ୍କୁ ନିର୍ବିରୋଧ ବିଜୟୀ ଘୋଷିତ କରିଛନ୍ତି ।

 

ଆଗାମା ସାଧାରଣ ନିର୍ବାଚନ ସହିତ  ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ହେଉଛି । ଏହି ରାଜ୍ୟରେ ମୋଟ ୬୦ଟି ବିଧାନସଭା ଆସନ ରହିଛି । ରାଜ୍ୟରେ ଏପ୍ରିଲ ୧୧ରେ ଭୋଟ ଗ୍ରହଣ ହେବ । କେଣ୍ଟୋଙ୍କ ବିଜୟ ପାଇଁ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର